ହରିୟାଣା କଂଗ୍ରେସରେ ହୋଇଥିବା ବିବାଦ ସମ୍ପର୍କରେ ଚିଦାମ୍ବରମ୍ କହିଛନ୍ତି, “ମୁଁ ଭାବୁନାହିଁ ଯେ ହରିୟାଣା ପିପିସିସି ଏକ ବିଭାଜିତ ଗୃହ। ଉଚ୍ଚ ମାନର ନେତା ଅଛନ୍ତି। ସ୍ୱାଭାବିକ ଭାବରେ ନେତାମାନେ ପ୍ରାର୍ଥୀ ଚୟନରେ ଅଧିକ ପ୍ରଭାବ ମାଗିବେ । ମୁଁ ନିଶ୍ଚିତ ଯେ ସମସ୍ତେ ଏକାଠି ପ୍ରଚାର କରିବେ ଏବଂ ନିର୍ବାଚନରେ ଜିତିବେ | କଂଗ୍ରେସ ଦଳରେ କୌଣସି ମତଭେଦ ନାହିଁ। ଗୋଟିଏ ରାଜ୍ୟ ୟୁନିଟରେ ଅନେକ ନେତା ଅଛନ୍ତି ଏବଂ ଆମେ ସମସ୍ତଙ୍କୁ ସମ୍ମାନ ଦେଉଛୁ। ସ୍ୱାଭାବିକ ଭାବରେ ନେତାଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ହେବ। ମୋର ଭଲ ବନ୍ଧୁ (କୁମାରୀ) ସେଲଜା ଜୀ ଶ୍ରୀ (ଭୁପିନ୍ଦର ସିଂ) ହୁଡାଙ୍କ ବିରୋଧରେ ଗୋଟିଏ ବି ଶବ୍ଦ କହି ନାହାଁନ୍ତି କିମ୍ବା ଶ୍ରୀ ହୁଡା ଶ୍ରୀମତୀ ସେଲଜାଙ୍କ ବିରୋଧରେ କୌଣସି ଶବ୍ଦ ମଧ୍ୟ କହି ନାହାଁନ୍ତି। ତେଣୁ ଆମେ ଏକ ମିଳିତ ଦଳ। ଏହି ନିର୍ବାଚନକୁ ଆମେ ମିଳିତ ଭାବେ ଲଢିବା। ଆମେ ନିଶ୍ଚିତ ଯେ ହରିୟାଣାର ଲୋକଙ୍କ ସମର୍ଥନ ରହିବ।”
ଆସନ୍ତା ନିର୍ବାଚନରେ କଂଗ୍ରେସର ବିଜୟ ନିଶ୍ଚିତ କରିବାକୁ ଚିଦାମ୍ବରମ୍ ଭୋଟରଙ୍କୁ ନିବେଦନ କରି କହିଛନ୍ତି ଯେ “ଗୋଟିଏ ଦଳ କ୍ଷମତାରେ ରହିବା ପାଇଁ 10 ବର୍ଷ ବହୁତ । ମୁଁ ବ୍ୟକ୍ତିଗତ ଭାବେ ବିଶ୍ବାସ କରେ ଯେ ଲୋକମାନେ ଅତି କମରେ 10 ବର୍ଷରେ ଥରେ ସରକାର ପରିବର୍ତ୍ତନ କରିବେ।
କୃଷି ପ୍ରସଙ୍ଗରେ ମନ୍ତ୍ରୀ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ଯେ ହରିୟାଣାର ପ୍ରାୟ 70% ଲୋକ ଏହା ଉପରେ ନିର୍ଭରଶୀଳ। ଏବଂ ଦୀର୍ଘ 10 ବର୍ଷ ଭିତରେ ସେମାନେ କେବଳ ଦାରିଦ୍ର ବୃଦ୍ଧି କରିବା ପରିବର୍ତ୍ତେ ଆଉ କିଛି କରିଥିବା କାହିଁ ମୁଁ ଜାଣି ପାରୁନି । ତେବେ ଜନତାଙ୍କୁ ମୋର ନିବେଦନ ହେବ କି ଏଥର ସରକାର ବଦଳାଇ ଆମକୁ ଏକ ମଉକା ଦିଅନ୍ତୁ ।”
More Stories
ଓଡିଶା ରାଜନୀତିରେ ପାଦ ଥାପୁଛି ସମାଜବାଦି ପାର୍ଟି
ପୁଣି ବିଜେଡି ରାଜ୍ୟ ସଭାପତି ହେବେ ନବୀନ
16 ଜିଲ୍ଲାକୁ ସଭାପତି ଘୋଷଣା କଲା ବିଜେଡି