ରାଜ୍ୟର ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ବିଧାନସଭାରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିଛି। ୨୨ ଅଗଷ୍ଟରୁ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ଚାଲିଛି, ଯାହା ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ।
ତେବେ ଓଡ଼ିଶା ଛାଡି ବାହାରେ ଥିବା ପ୍ରବାସୀମାନେ କାମଧନ୍ଦା ଛାଡି ଇ-କେୱାଇସି ପାଇଁ ଓଡ଼ିଶା ଫେରିବା ପସଙ୍ଗକୁ ନେଇ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପ୍ରବାସୀମାନେ ଯେଉଁଠାରେ ଅଛନ୍ତି ସେଠାରେ ଇ-KYC କରିପାରିବେ। ଓଡ଼ିଶା ଆସିବା ଦରକାର ନାହିଁ, ସେମାନେ ଯେଉଁଠି ଅଛନ୍ତି ସେଇଠି ଇ-କେୱାଇସି କରିପାରିବେ। ଯେଉଁଠି ଚାହିଁବେ ନିକଟସ୍ଥ କମନ୍ ସର୍ଭିସ ସେଣ୍ଟରକୁ ଯାଇ ମେସିନରେ ଫିଙ୍ଗରପ୍ରିଣ୍ଟ ଦେବେ।
ଏଥି ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡରୁ ୧୬ ଲକ୍ଷ ୨୭ ହଜାର ୯୨୦ ଜଣଙ୍କ ନାଁ ହଟାଯାଇଛି। ଏଥି ମଧ୍ୟରେ ମୃତ ଓ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଆଉ ଯେଉଁମାନେ ଏହି ସୁଯୋଗର ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି ତାଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଉଛି । ରାଜ୍ୟ ସରକାର ନିକଟରେ ରାସନ କାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କଓ୍ବୋଇସି ଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ।
ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି। ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଉଛି।
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି