The Topmost

“The eyes believe themselves, the ears believe other people.”

ମଧ୍ୟପ୍ରଦେଶରେ କେତେ ସୁରକ୍ଷୀତ ସାଧାରଣ ଲୋକ, ସେନା ଅଧିକାରୀଙ୍କୁ ଦୁଷ୍କର୍ମ

ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବଣଭୋଜି ପାଇଁ ମହୋ-ମଣ୍ଡଳେଶ୍ବର ରାସ୍ତା ନିକଟସ୍ଥ ପର୍ଯ୍ୟଟନ ସ୍ଥଳକୁ ଯାଇଥିବା ଦୁଇ ସେନା ଅଧିକାରୀଙ୍କ ଉପରେ ବୁଧବାର ବଡ଼ି ଭୋରରେ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଉଭୟଙ୍କ ୨ ମହିଳା ବନ୍ଧୁଙ୍କୁ ଖରାପ ବ୍ୟବହାର କରାଯାଇଛି। ଆକ୍ରମଣକାରୀ ଜଣଙ୍କୁ ଦୁଷ୍କର୍ମ ମଧ୍ୟ କରିଛନ୍ତି।

ବନ୍ଦୀ ବନାଇ ୧୦ ଲକ୍ଷ ଟଙ୍କା ମଧ୍ୟ ମାଗିଛନ୍ତି। ଟଙ୍କା ନ ଦେଲେ ଛାଡିବେନି ବୋଲି କହିଛନ୍ତି। ମାତ୍ର ଅନ୍ୟ ଜଣେ ଅଧିକାରୀ ସେଠାରୁ କୌଶଳକ୍ରମେ ଖସି ଆସି ନିଜ ସହଯୋଗୀଙ୍କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅପରାଧୀ ପଳାଇ ଥିଲେ। ପରେ ପୁଲିସ ସେନା ଅଧିକାରୀ ଏବଂ ୨ ମହିଳା ବନ୍ଧୁଙ୍କୁ ଉଦ୍ଧାର କରି ମହୋ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତରୀମାଇନାରୁ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଥିଲା। ଏବେ ଅଧିକାରୀଙ୍କ ଚିକିତ୍ସା ଜାରି ରହିଛି।

ବଡ଼ଗୋନ୍ଦା ଥାନା ପ୍ରଭାରୀ ଲୋକେନ୍ଦ୍ର ସିଂହ ହିରୋରେ କହିଛନ୍ତି ଯେ ୨୩ ଏବଂ ୨୪ ବର୍ଷର ୨ ଯୁବ ଅଫିସର (ୱାଇଓ)ମହୋର ଇନ୍ଫ୍ୟାଣ୍ଟ୍ରି ସ୍କୁଲରେ ପ୍ରଶିକ୍ଷଣ ନେଉଛନ୍ତି। ଉଭୟେ ମଙ୍ଗଳବାର ନିଜ ମହିଳା ବନ୍ଧୁଙ୍କୁ ଧରି ବଣଭୋଜି ପାଇଁ ଯାଇଥିଲେ। ପ୍ରାୟ ରାତି ୨ଟା ସମୟରେ ୭ ଜଣ ଦୁର୍ବୃତ୍ତ ପର୍ଯ୍ୟଟନ ସ୍ଥଳ ନିକଟରେ ଥିବା ତାଙ୍କ କାର୍ ନିକଟକୁ ଆସି ଆକ୍ରମଣ କରିଥିଲେ। ଏହି ସମୟରେ ଜଣେ ଅଧିକାରୀ ବାହାରେ ଥିବାବେଳେ ଅନ୍ୟ ଜଣେ କାର୍ ଭିତରେ ଯୁବତୀଙ୍କ ସହ ବସିଥିଲେ। ଅଧିକାରୀଙ୍କୁ ମାଡ଼ ମାରି ଯୁବତୀଙ୍କୁ ବନ୍ଦୀ ବନାଇ ଦେଇଥିଲେ। ଏହା ଦେଖି ଅନ୍ୟ ଜଣେ ଅଧିକାରୀ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏବେ ୪ଟି ଥାନାର ପୁଲିସ ଅପରାଧିଙ୍କୁ ଧରିବା ଲାଗି ତଲାସୀ ଅଭିଯାନ ଆରମ୍ଭ କରିଛି। ଇତିମଧ୍ୟରେ ଦୁଇ ଜଣଙ୍କ ପୁଲିସ ଧରିଥିବା ଜଣାପଡ଼ିଛି।

SHARE BY