The Topmost

“The eyes believe themselves, the ears believe other people.”

ଗାଁରେ ଖୋଲିବନି ମଦ ଦୋକାନ, ବେଳାଭୂମିରେ ମିଳିବ ମଦ

ଆସିଲା ନୂଆ ଅବକାରୀ ନୀତି । ନୂଆ ଅବକାରୀ ନୀତି ଘୋଷଣା କଲେ ଓଡ଼ିଶା ସରକାର । ଯେଉଁଥିରେ ନୂଆ ମଦ ଦୋକାନ ଖୋଲିବା, ମଦ ପିଇବା, ବାର୍‌ରେ ନାଚିବା ଉପରେ ନୂଆ ଘୋଷଣା କରିଛନ୍ତି ମୋହନ ସରକାର । ଶୁକ୍ରବାର ନୂଆ ଅବକାରୀ ନୀତି ଘୋଷଣା କରିବା ସହିତ ଅନେକ ଗୁଡିଏ କାରବାର ଉପରେ ରୋକ୍‌ ଲଗାଇଛନ୍ତି । ସେହିଭଳି ଆଉ କିଛି ନୂଆ ଘୋଷଣା ବି କରିଛନ୍ତି । ବାର୍‌ରେ ଡ୍ୟାନ୍ସ କରିବା ଉପରେ ସରକାର ରୋକ୍ ଲଗାଇ ଦେଇଛନ୍ତି । ଆଉ ବାର୍‌କୁ ଯାଇ ଡ୍ୟାନ୍ସ କରି ପାରିବେନି । ତେବେ ନଜର ପକାନ୍ତୁ ନୂଆ ଅବକାରୀ ନୀତିରେ କେଉଁ ଜିନିଷ ଉପରେ ରୋକ୍‌ ଲଗାଯାଇଛି ଏବଂ କେଉଁ କେଉଁ ନୂଆ ନିୟମ ଲାଗୁ କରାଯାଇଛି ।

ନୂଆ ଅବକାରୀ ନୀତି:

  • ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ଅବକାରୀ ନୀତି
  • ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ
  • ବାର୍‌ରେ ଗୀତ ଗାଇବା ଓ ଶୁଣିବା ପାଇଁ ଅନୁମତି
  • ବାର୍‌ରେ ଡ୍ୟାନ୍ସ ପରିବେଷଣ କରିପାରିବେ ନାହିଁ
  • ସମୁଦ୍ର ବେଳାଭୂମିରେ ଖୋଲିବ ବିଚ୍‌ ଶ୍ୟାକ୍‌ସ ବା କେବିନ୍
  • OTDC ପକ୍ଷରୁ ବିଚ୍‌ ଶ୍ୟାକ୍‌ସରେ ମିଳିବ ମଦ
  • ବିଚ୍‌ ଶ୍ୟାକ୍‌ସ ଅନୁମତି ପାଇଁ OTDC ପାଇବ ୫୦ ହଜାର ଟଙ୍କା
  • OTDCକୁ ଟଙ୍କା ଦେବେ ବିଚ୍‌ ଶ୍ୟାକ୍‌ସ ବ୍ୟବସାୟୀ
  • ବିଭିନ୍ନ ନଦୀ, ହ୍ରଦ ଓ ଡ୍ୟାମ୍‌ରେ ବି ଖୋଲିବ ବିଚ୍‌ ସେକ୍
  • କେବେଳ ଥ୍ରୀ ଷ୍ଟାର ହୋଟେଲକୁ ମିଳିବ ମଦ ବିକ୍ରି ଅନୁମତି
  • ବାର୍‌ରେ ଡ୍ୟାନ୍ସ ପରିବେଷଣକୁ ମିଳିବନି ଅନୁମତି
  • ବାର୍ଷିକ ଲାଇସେନ୍ସ ରହିବ ୫୦ ହଜାର ଟଙ୍କା
  • ସେପ୍ଟେମ୍ବର ୧ରୁ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ