ମିଳିବ ଶାହାରା ଟଙ୍କା, ଜାଣନ୍ତୁ ଟୋଲ୍ ଫ୍ରି ନମ୍ବର, ଏତିକି ଲକ୍ଷ ଯାଏ କରିପାରିବେ କ୍ଲେମ୍

ମାର୍ଚ୍ଚ ୨୯, ୨୦୨୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏକ ପୋର୍ଟାଲ ପ୍ରତିଷ୍ଠା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ବୈଧ ଶାହାରା ଇଣ୍ଡିଆ ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ।ପୋର୍ଟାଲ କହିଛି, ‘ଆମେ ବର୍ତ୍ତମାନ ୫ ଲକ୍ଷ ପର୍ଯ୍ୟନ୍ତ କ୍ଲେମ ପାଇଁ ପୁନଃ ଆବେଦନ ଗ୍ରହଣ କରୁଛୁ। ୫ ଲକ୍ଷରୁ ଅଧିକ ଟଙ୍କା କ୍ଲେମ କରିବାର ତାରିଖ ପରେ ଘୋଷଣା କରାଯିବ। ଏହି ଦାବିଗୁଡିକ ଉପରେ ୪୫ କାର୍ଯ୍ୟ ଦିବସ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


ପିଟିଆଇ ଅନୁଯାୟୀ ଗୃହ ମନ୍ତ୍ରୀ ଅମିତ ଶାହ ସଂସଦକୁ କହିଥିଲେ ଯେ ଚଳିତ ବର୍ଷ ଜୁଲାଇ ୧୬ ପର୍ଯ୍ୟନ୍ତ ସାହାରା ଗ୍ରୁପର ୪.୨ ଲକ୍ଷରୁ ଅଧିକ ନିବେଶକଙ୍କୁ ୩୬୨.୯୧ କୋଟି ଟଙ୍କା ଫେରସ୍ତ କରାଯାଇଛି। ରାଜ୍ୟସଭାରେ ଲିଖିତ ଉତ୍ତରରେ ଶାହ କହିଥିଲେ ଯେ ଏହି ଟଙ୍କା CRCS-Sahara ଫେରସ୍ତ ପୋର୍ଟାଲ ମାଧ୍ୟମରେ ଫେରସ୍ତ କରାଯାଇଛି । କହିବାକୁ ଗଲେ ସମୁଦାୟ ୯.୮୮ କୋଟି ନିବେଶକଙ୍କ ୮୬,୬୭୩ କୋଟି ଟଙ୍କା ସାହାରା ଗ୍ରୁପରେ ଅଟକି ରହିଛି । ନିବେଶକଙ୍କ ବୈଧ ଜମା ଦେୟ ଓ ପ୍ରକୃତ ସଦସ୍ୟ / ଜମାକାରୀଙ୍କ ଅଭିଯୋଗର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କୁ ସସହଯୋଗ ମନ୍ତ୍ରଣାଳୟ ଦ୍ୱାରା ଏକ ଆବେଦନ କରାଯାଇଥିଲା । ଯେଉଁଥିରେ ସୁପ୍ରିମକୋର୍ଟ “ସାହାରା-ସେବି ରିଫଣ୍ଡ ଆକାଉଣ୍ଟ” ରେ ୫୦୦୦ କୋଟି ଟଙ୍କା ଫ୍ରିଜ୍ କରିଥିଲେ।

ଏହାକୁ ସମବାୟ ସମିତିର ସେଣ୍ଟ୍ରାଲ୍ ରେଜିଷ୍ଟ୍ରାର୍ (CRCS) କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋର୍ଟାଲରେ କୁହାଯାଇଛି ଯେ ସମସ୍ତ ଚାରିଟି ସୋସାଇଟି ସହ ଜଡିତ ସମସ୍ତ ଦାବି ଦାଖଲ କରିବାକୁ ଜମାକାରୀଙ୍କୁ ଅନୁରୋଧ କରାଯାଇଛି। କେବଳ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଦାଖଲ ହୋଇଥିବା ଦାବିକୁ ବିଚାର କରାଯିବ। ଦାବି କରିବାକୁ ଏଥିପାଇଁ କୌଣସି ଦେୟ ନାହିଁ । କୌଣସି ବୈଷୟିକ ସମସ୍ୟା ପାଇଁ ଟୋଲ୍ ଫ୍ରି ନମ୍ବର (0522 6937100/0522) ସହିତ ଯୋଗାଯୋଗ କରନ୍ତୁ । ଆପଣ 3108400/0522 6931000/08069208210 ରେ ଯୋଗାଯୋଗ କରିପାରିବେ ।

SHARE BY