ଦେଶ ପାଇଁ ଜୀବନ ଦେବା ଓ ଦେଶକୁ କଳେ ବଳେ କୌଶଳେ ପରାଧୀନତାର କବଳରୁ ରକ୍ଷା କରିବା, ଦୁଇଟିରେ କିଛି ବେଶି ଅନ୍ତର ନାହିଁ । କିନ୍ତୁ ଅକାରଣେ ନିଜର ଜୀବନର ଜଳାଞ୍ଜଳୀ ଦେବା ଯେ, ମୁର୍ଖତା ଏହା ସେ ବୁଝିପାରିଥିଲେ । ତେଣୁ ତାଙ୍କ ଜୀବନକୁ ସେ ଦେଶକୁ ସ୍ବାଧୀନତା ଦେବାରେ ଲଗାଇଥିଲେ । ତାଙ୍କର ଦୃଢ ନିଶ୍ଚୟ ଆଗରେ କାହିଁ କାହିଁ ଇଂରେଜ ମଥାନତ କରିଥିଲେ । ବାକ୍ୟ ଏପରି ଯେପରି କଲିଜାରୁ ରକ୍ତ ଶୁଖିଯିବ, ବାଣୀ ଏପରି ଯେପରି ଶତାଧିକ ଜନ ସମାଗମରେ ଗୋଟିଏ ଛୁଞ୍ଚି ପକେଇବାକୁ କେହି ସାହସ ବାନ୍ଧିପାରିବେନି । ଶରୀର ଏପରି ଯେପରି ଶତୃର ଗୁଳି ଓଲଟି ତାରି ଆଡକୁ ଫେରିଯିବ । ଖାଲି ମାନବ ନୁହେଁ ଦେଶର ଲୌହ ମାନବ, ସର୍ଦାର ବଲ୍ଲଭାଇ ପଟେଲ୍ ।




More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ