ଯୁଗେ ଯୁଗେ ଅବଳା ଦୁର୍ବଳା ଭାବରେ ଅପମାନିତ ହୋଇଆସୁଥିବା ନାରୀ ପ୍ରକୃତରେ କେବେ ବି ଦୁର୍ବଳ କି ଅବଳା ନଥିଲେ । ବରଂ ଆମର ପୁରୁଷ ପ୍ରଧାନ ସମାଜରେ ପୁରୁଷମାନଙ୍କୁ ଆଗକୁ କରି ନିଜେ ତାଙ୍କ ପଛରେ ରହିଥିଲେ ମହିଳା । ସବୁ କାମ କରି ମଧ୍ୟ ତାର ଶ୍ରେୟ ଦେଇଥିଲେ ନିଜ ସ୍ବାମୀ ଓ ପୁଅମାନଙ୍କୁ । ଫଳରେ ସମାଜରେ ସେମାନଙ୍କ ନାମ ହେବ । ପରଦା ସାମ୍ନାକୁ ନଆସି ପରଦା ପଛର ପ୍ରତ୍ୟେକ କାମ କରିଛନ୍ତି ଆମ ଦେଶର ନାରୀ । କେବଳ ଆଜର ଦୁନିଆରେ ନୁହେଁ, ସ୍ବାଧୀନତାର ଲଢେଇରେ ମଧ୍ୟ ବରାବର ନିଜର ସାମର୍ଥ୍ୟ ଲଗାଇଲେ ଦେଶର ନାରୀନେତ୍ରୀ ।
ସ୍ବାଧୀନତାର 78ତମ ବର୍ଷ ପରେ ବି ସତେଜ ଅଛି ସେହି ମହାନ ନେତାଙ୍କ ନେତୃତ୍ବ । ତେବେ ଖାଲି ଏତିକି ବର୍ଷ ପାଇଁ କାହିଁଁକି ଯେତେବେଳ ପର୍ଯ୍ୟନ୍ତ ଏ ଦେଶ ଭାରତ ଥିବ, ଯେତଦିନ ଆମ ତ୍ରିରଙ୍ଗା ଆକାଶରେ ଡେଣା ମେଲେଇ ଫରଫର ହେଇ ଉଡୁଥିବ, ଯେତେଦିନ ପର୍ଯ୍ୟନ୍ତ ଆମେ ଭାରତବାସୀ ନିଜକୁ ଭାରତବାସୀ କହି ଗର୍ବ ଅନୁଭବ କରୁଥିବା ସେତେଦିନ ପର୍ଯ୍ୟନ୍ତ ସବୁରି ଆତ୍ମା ଓ ଓଠରେ ଅମର ବୀର ପୁରୁଷ ଓ ମହିଳାମାନଙ୍କ ନାମ ରହିଥିବ । ଆଉ ଏହା ହିଁ ହେବ ତାଙ୍କ ପ୍ରତି ଆମ ଶ୍ରଦ୍ଧାଞ୍ଜଳୀ । ତେବେ ସ୍ବାଧୀନତାର 78 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତୁ ମନେ ପକାଇବା ଆମର ପୂର୍ବ ସୁରୀମାନଙ୍କୁ । ଯାହାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଧର୍ଯ୍ୟ ବଳରେ ଆଜି ଆମେ ସୁନାର ଭାରତରେ ନିଶ୍ବାସ ପ୍ରଶ୍ବାସ ନେଉଛେ । ପ୍ରଣାମ ସେହି ମହାନ ଆତ୍ମାଙ୍କୁ ଯାହାଙ୍କ ବଳ ଓ ବୁଦ୍ଧି ଆମକୁ ଆମ ସ୍ବାଧୀନତାର ମଜା ଚଖାଇଛି ।




More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ