ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବା ପରେ ଲୋକେ ଭାରତମୁହାଁ ହେବାରେ ଲାଗିଛନ୍ତି। ବିଶେଷକରି ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି, ଯେଉଁଥିରେ ୫୦୦ରୁ ଅଧିକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାକୁ ସୀମାରେ ଜଗି ବସିଛନ୍ତି। ହେଲେ ବିଏସଏଫ ଯବାନମାନେ ହସ୍ତକ୍ଷେପ କରିବାରୁ ସେମାନେ ସୀମା ଭିତରକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି।
ତେବେ ଉକ୍ତ ଅନୁପ୍ରବେଶକାରୀମାନେ ବାଂଲାଦେଶର ପଞ୍ଚଗଡ଼ ଜିଲା ସୀମାନ୍ତରେ ରହିଛନ୍ତି। ସେମାନେ ଉକ୍ତ ସ୍ଥାନ ଛାଡ଼ି ଯାଉନାହାନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡ଼ି ସୀମାନ୍ତକୁ ଏହି ଅଞ୍ଚଳ ଲାଗିଛି। ସୁରକ୍ଷାରେ ସାମାନ୍ୟ କୋହଳ ହେଲେ ଭାରତରେ ପ୍ରବେଶ କରିବାକୁ ଯୋଜନା ଥିବା କୁହାଯାଉଛି। ଅନୁପ୍ରବେଶକାରୀମାନେ କହିଛନ୍ତି ଯେ, ବାଂଲାଦେଶୀ ମୁସଲମାନମାନେ ସେମାନଙ୍କ ଘର ପୋଡ଼ାଜଳା କରିଦେଇଛନ୍ତି। ସେଥିପାଇଁ ସେମାନେ ଜୀବନ ବଞ୍ଚାଇବା ଲାଗି ଭାରତରେ ଆଶ୍ରୟ ନେବାକୁ ଚାହୁଁଛନ୍ତି। ଗତ ମଙ୍ଗଳବାର ଏକ ବାଂଲାଦେଶୀ ଦମ୍ପତି ଜାଲ୍ କାଗଜପତ୍ର ଜରିଆରେ ଭାରତରେ ପ୍ରବେଶ ଉଦ୍ୟମ କରିବା ସମୟରେ ପଶ୍ଚିମବଙ୍ଗର କୁଚ୍ ବିହାର ଜିଲାର ଏକ ଚେକପୋଷ୍ଟରେ ଧରାପଡ଼ିଥିଲେ।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ