This handout photo taken and received on May 26, 2024 from the International Organization for Migration shows people digging at the site of a landslide at Yambali Village in the region of Maip Mulitaka, in Papua New Guinea's Enga Province. More than 670 people are believed dead after a massive landslide in Papua New Guinea, a UN official told AFP on May 26 as aid workers and villagers braved perilous conditions in their desperate search for survivors. (Photo by Mohamud Omer / International Organization for Migration / AFP) / RESTRICTED TO EDITORIAL USE - MANDATORY CREDIT "AFP PHOTO / INTERNATIONAL ORGANIZATION FOR MIGRATION / MOHAMUD OMER - NO MARKETING NO ADVERTISING CAMPAIGNS - DISTRIBUTED AS A SERVICE TO CLIENTS - NO ARCHIVE

ୱାୟନାଡରେ ୨୦୦ ଲୋକ ନିଖୋଜ

କେରଳର ୱାୟନାଡ ଭୂସ୍ଖଳନ ରେ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ, ଆଉ ଜଣେ ଏବେ ବି ନିଖୋଜ । ଅନେକ ମୃତଦେହଗୁଡ଼ିକୁ ମାଟି, କାଦୁଅ ଭିତରୁ, ପଥର ତଳୁ ଉଦ୍ଧାର କରାଯାଉଛି । ତେବେ ଏହା ମଧ୍ୟରେ ୱାୟନାଡରେ ମୃତ୍ୟୁସଂଖ୍ୟା ୩୪୦ରେ ପହଞ୍ଚିଛି ।

ଏହି ଭୟଙ୍କର ଭୂସ୍ଖଳନ କାରଣରୁ ଏବେ ବି ୨୦୦ ଜଣ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି । ଅଫିସିଆଲ ତଥ୍ୟ ମୁତାବକ, ଗତ ୨ ତାରିଖ ଦିନ ୨୧୦ଟି ମୃତଦେହ ଓ ୧୩୪ଟି ଶରୀରର ଅଙ୍ଗ ଉଦ୍ଧାର କରାଯାଇଥିଲା । ସେଥିମଧ୍ୟରେ ୯୬ ଜଣ ପୁରୁଷ, ୮୫ ଜଣ ମହିଳା ଓ ୨୯ ଜଣ ଛୋଟପିଲା ରହିଥିଲେ । ସମ୍ପର୍କୀୟଙ୍କ ଦ୍ୱାରା ୧୪୬ଟି ମୃତଦେହକୁ ଚିହ୍ନଟ କରାଯାଇଛି । ପ୍ରଶାସନ ପକ୍ଷରୁ ୨୦୭ଟି ମୃତଦେହ ଓ ଘଟଣାସ୍ଥଳରୁ ମିଳିଥିବା ୧୩୪ଟି ବଡି ପାର୍ଟସକୁ ବ୍ୟବଚ୍ଛେଦ କରାଯାଇଛି ।

ଅନ୍ୟପକ୍ଷରେ ୮୪ ଜଣ ୱାୟନାଡ, କୋଝିକୋଡେ ଓ ମଲାପ୍ପୁରମ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୮୭ ଜଣ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଘଟଣାସ୍ଥଳରୁ ୨୮୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସଦସ୍ୟ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଛି । ଭୂସ୍ଖଳନ ର ଶିକାର ହୋଇଥିବା ୱେଷ୍ଟର୍ଣ୍ଣ ଘାଟର ୬ଟି ରାଜ୍ୟର ୧୩ଟି ଗ୍ରାମର ୫୬,୮୦୦ ବର୍ଗ କିମି ବିଶିଷ୍ଟ ଇକୋଲୋଜିକାଲି ସେନ୍ସିଟିଭ୍ ଏରିଆ (ଇଏସଏ)କୁ ଏଥିରେ ସାମିଲ କରାଯାଇଛି । ୬୦ ଦିନ ଭିତରେ ପରାମର୍ଶ ଓ ଆପତ୍ତି ପଠାଇବାକୁ କୁହାଯାଇଛି ।

SHARE BY