The Topmost

“The eyes believe themselves, the ears believe other people.”

ବାହାରିଲା ବିଜ୍ଞପ୍ତି, 35,400 ଦରମା

ରେଳବାଇରେ ଚାକିରି କରିବାର ସୁଯୋଗ ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇରେ ଆରଆରବି ଏନଟିପିସିରେ ୧୦ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଯେଉଁମାନେ ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛା ରଖିଛନ୍ତି, ସେମାନେ ରେଜିଷ୍ଟ୍ରେସନ ଲିଙ୍କ ଖୋଲିବା ମାତ୍ରେ ଆବେଦନ କରିପାରିବେ ।

ଏଠାରେ ଜୁନିଅର କ୍ଲର୍କ, ଆଉଣ୍ଟସ କ୍ଲର୍କ, ଟାଇମ କିପର, ସିନିଅର କ୍ଲର୍କ, ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ, କର୍ମସିଆଲ ଅପାରଣ୍ଟିସ, ଷ୍ଟେସନ ମାଷ୍ଟର ।

ପଦବୀ ବିବରଣୀ : ୧୦,୮୮୪

ଅଣ୍ଡର ଗ୍ରାଜୁଏଟ : ୩୪୦୪
ଗ୍ରାଜୁଏଟ : ୭୪୭୯

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଏପର୍ଯ୍ୟନ୍ତ ଜାରି ହୋଇନାହିଁ ।

ଶିକ୍ଷାଗତ ଯୋଗ୍ୟତା : ଅଣ୍ଡର ଗ୍ରାଜୁଏଟ ଲେବଲର ପଦବୀ ପାଇଁ ଏବଂ ଗ୍ରାଜୁଏଟ ପଦବୀ ପାଇଁ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ୟୁଜି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ଏବଂ ଗ୍ରାଜୁଏଟ ପାସ୍‌ ପ୍ରାର୍ଥୀଙ୍କୁ ୧୮ ରୁ ୩୩ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି ହେବ ଚୟନ :

ପଦବୀ ମୁତାବକ ଚୟନ ଅନେକ ପର୍ଯ୍ୟାୟରେ ପରୀକ୍ଷା ପାସ୍‌ କରିବା ପରେ ହେବ । ଷ୍ଟେସନ ମାଷ୍ଟର ଏବଂ ଟ୍ରାଫିକ ଆସିଷ୍ଟାଣ୍ଟ ପଦବ ପାଇଁ କମ୍ପ୍ୟୁଟର ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ପରୀକ୍ଷା ପାସ୍‌ କରିବାକୁ ହେବ । ଅନ୍ୟ ପଦବୀ ପାଇଁ କମ୍ପ୍ୟୁଟର ପରୀକ୍ଷା, ଟାଇପିଂ ସ୍କିଲ ଟେଷ୍ଟ, ଡିବି ଏବଂ ମେଡିକାଲ ରାଉଣ୍ଡ ପାସ୍‌ କରିବାକୁ ହେବ । ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ କିଛି ସମୟ ପରେ ରିଲିଜ ହେବ ।

ଆବେଦନ ଶୁଳ୍କ : ସାଧାରଣ ଏବଂ ଓବିସି ପ୍ରାର୍ଥୀ ୫୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନେ ୨୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଦରମା ମିଳିବ । ଅଣ୍ଡର ଗ୍ରାଜୁଏଟ ପ୍ରାର୍ଥୀଙ୍କୁ ୧୯,୯୦୦ରୁ ୨୧,୭୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ । ସେହିପରି ଗ୍ରାଜୁଏଟ ପାସ୍‌ ପଦବୀ ପାଇଁ ୨୫,୫୦୦ରୁ ୩୫,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ । ଏହାସହିତ ଅନ୍ୟ ସମସ୍ତ ସୁବିଧା ମିଳିବ ।

SHARE BY