ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସିମ୍ ମୁନୀରଙ୍କ ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବନ୍ନୁ ଅଞ୍ଚଳରେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚାଳନା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିବାର ଏକ ଅଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କମାଣ୍ଡଙ୍କୁ ଏଭଳି ଗୁଳି ଚଳାଇବା ପାଇଁ ଅସିମ୍ କହିଥିବାର ଅଡିଓ ଭାଇରାଲ ହେବାପରେ ଏବେ ପାକିସ୍ତାନରେ ହଙ୍ଗାମା ଆରମ୍ଭ ହୋଇଛି । ତେବେ ବନ୍ନୁ ଅଞ୍ଚଳରେ ଗୁଳି ଚାଳନା ହୋଇଥିବାବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।
ପୂର୍ବ ସପ୍ତାହରେ ମଧ୍ୟ ଏହିପରି ଦୁଳିଚାଳନା କରାଯାଇଥିଲା ସେଥିରେ ୮ ଜଣ ପାକିସ୍ତାନୀ ସୈନୀକ ପ୍ରାଣ ହରାଇଥିଲେ । ବହୁ ଯବାନଙ୍କ ସହ ସ୍ଥାନୀୟ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଏହାପରେ ସ୍ଥାନୀୟ ଲୋକେ ଶାନ୍ତି ପାଇଁ ଶୋଭାଯାତ୍ରା କରିଥିଲେ । ସେନା ପକ୍ଷରୁ ଲୋକଙ୍କ ଉପରକୁ ଗୁଳି ଚଳାଯାଇଥିବା କୁହାଯାଇଛି । ତେବେ ସେନା ପକ୍ଷରୁ କୁହାଯାଇଛି କି, ଅଘଟଣକୁ ଦୃଷ୍ଟିରେ ରଖି ସେମାନେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ । ଆଉ ଏବେ ଅଡିଓ ଭାଇରାଲ ହେବା ପରେ ସେନା ମୁଖ୍ୟ ଅକଳରେ ପଡ଼ିଯାଇଛନ୍ତି । ପାକିସ୍ତାନୀ ଆର୍ମି ଜେନେରାଲ ଅସୀମଙ୍କ ଏହି ଅଡିଓ ଟେପ୍ ଲିକ୍ ହେବା ମାତ୍ରେ ପାକିସ୍ତାନ ସେନା ଏବଂ ଗୁପ୍ତଚର ଏଜେନ୍ସି ସମେତ ପାକିସ୍ତାନ ସରକାର ସକ୍ରିୟ ହୋଇଗଲେ।
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ