ଭାରତର ରାଷ୍ଟ୍ରପତି ଭାବେ ଦୁଇ ବର୍ଷ କାର୍ଯ୍ୟକାଳ ପୂରଣ ଅବସରରେ ଦ୍ରୌପଦୀ ମୁର୍ମୁ ଗୁରୁବାର ଶିକ୍ଷୟତ୍ରୀ ଭାବେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼଼ାଇଛନ୍ତି। ରାଷ୍ଟ୍ରପତି ଭବନ ପରିସରରେ ଅବସ୍ଥିତ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ସେ ପାଠ ପଢ଼଼ାଇଥିଲେ।
ପୂର୍ବ ସ୍ମୃତିକୁ ସ୍ମରଣ କରି ସେ ନିଜେ କିପରି ବୃକ୍ଷ ଏବଂ ଜୀବଜନ୍ତୁଙ୍କ ଯତ୍ନ ନେଉଥିଲେ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ। ଛାତ୍ରଛାତ୍ରୀ ଆଗ୍ରହର ସହ ରାଷ୍ଟ୍ରପତି ଅନୁଭୂତି ବିଷୟରେ ଜାଣିବା ସହିତ ନିଜ ନିଜର ଭାବନା ପ୍ରକାଶ କରିଥିଲେ।
ଗୁରୁବାର ଦିନ ଦିନତମାମ ରାଷ୍ଟ୍ରପତି ଭବନ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିସରସ୍ଥ ଶିବ ମନ୍ଦିର ନବୀକରଣ କାର୍ଯ୍ୟକୁ ରାଷ୍ଟ୍ରପତି ଉଦ୍ଘାଟନ କରିଥିଲେ। ପ୍ରଣବ ମୁଖାର୍ଜୀ ଲାଇବ୍ରେରୀ ପୁରୁଣା ପୁସ୍ତକଗୁଡ଼ିକର ଡିଜିଟାଲ ଭର୍ସନ ଦେଖିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଦକ୍ଷତା ବିକାଶ କେନ୍ଦ୍ର, ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ରିକେଟ ପାଭିଲିଅନ, ସିନ୍ଥେଟିକ ଆଣ୍ଡ ଗ୍ରାସ ଟ୍ରେନିଂ ସେଣ୍ଟରକୁ ଉଦ୍ଘାଟନ କରିବା ସହ ବିଗତ ୧ ବର୍ଷ କାର୍ଯ୍ୟକାଳ ସମ୍ପର୍କିତ ଇ-ଉପହାର, ଆରବି ଆପ ଏବଂ ଇ-ବୁକକୁ ଲୋକର୍ପଣ କରିଥିଲେ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍