The Topmost

“The eyes believe themselves, the ears believe other people.”

4 ହଜାର କମିଲା ସୁନା ଦର

ବଜେଟ ୨୦୨୪ ଉପସ୍ଥାପନ ହେବା ପରେ ସୁନା, ରୁପା ଏବଂ ପ୍ଲାଟିନମରୁ ସୀମା ଶୁଳ୍କ ୬% ଛାଡ ହେବା ପରେ କମିଲା ସୁନା ଦାମ୍‌ । ସୁନା ଦାମ୍‌ ୧୦ ଗ୍ରାମ ପ୍ରତି ସାଢେ ୩ ହଜାରରୁ ୪ ହଜାର ପର୍ଯ୍ୟନ୍ତ କମିଥିବା ଜଣାପଡିଛି । ବଜେଟ ପରେ ସୁନା ଦାମ୍‌ କମିବା ଯୋଗୁଁ ସୁନା କିଣିବାକୁ ଇଚ୍ଛା ରଖିଥିବା ଗ୍ରାହକ ଖୁସି ହୋଇଯାଇଛନ୍ତି ।

ସୁନା ଓ ରୁପାରୁ ସୀମା ଶୁଳ୍କ ଛାଡ ହେବା ପରେ ଦାମ କମିଛି ।

ଯଦି ଆପଣ ସୁନା କିଣିବାକୁ ଚାହୁଁଚନ୍ତି, ତେବେ ୧୦ ଗ୍ରାମ ପ୍ରତି ସାଢେ ୩ ହଜାରରୁ ୪ ହଜାର କମ୍‌ ଦାମରେ କିଣିପାରିବେ । ୨୨ କ୍ୟାରେଟ ସୁନା ଦାମ୍‌ ୧୦ ଗ୍ରାମ ପ୍ରତି ୬୭,୫୦୦ରୁ କମି ଏବେ ୬୪ ହଜାର ହୋଇଛି । ଏହା ପୂର୍ବରୁ ସୁନାରେ ସୀମା ଶୁଳ୍କ ୧୫ ପ୍ରତିଶତ ରହିଥିଲା । ଯାହା ବଜେଟ ଉପସ୍ଥାପନ ହେବା ପରେ ଏହା ୬% ଛାଡ ହୋଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ସମୟରେ ସୁନା, ରୁପା ଏବଂ ପ୍ଲାଟିନମ ଉପରୁ ସୀମା ଶୁଳ୍କ ଛାଡ ହେବାକୁ ଘୋଷଣା କରିଛନ୍ତି । ସୁନା ରୁପାରୁ ସୀମା ଶୁଳ୍କ ୬% ଏବଂ ପ୍ଲାଟିନମରୁ ୬.୫% ଛାଡ ହେବ । ସରକାରଙ୍କ ଘୋଷଣା ପରେ ଦେଶରେ ସୁନା, ରୁପା ସହିତ ବହୁମୂଲ୍ୟ ଧାତୁ କମ୍‌ ହେବ । ତେବେ ଭାରତରେ ସୁନା ପିନ୍ଧିବା କିମ୍ବା ସୁନା ଲଗାଇବାର ସଉକ ଅନେକଙ୍କର ଥାଏ । ବାହାଘରରେ ଝିଅକୁ ସୁନା ଦେବା କିମ୍ବା ଅନ୍ୟ କାହାକୁ ଉପହାର ଦେବା ପରମ୍ପର ଭାରତୀୟ ସଂସ୍କୃତିରେ ରହିଛି । ତେଣୁ ସୁନା ଦାମ୍‌ କମ୍‌ ହେବା ଯୋଗୁଁ ସୁନା ପ୍ରେମୀ ଖୁସି ହୋଇଯାଇଛନ୍ତି ।