କେନ୍ଦ୍ର ସରକାର ଆଜି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସରକାର ଏକ ଅଥ ର୍ନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ଏହା ସହିତ ରୋଜଗାର ଉପରେ ଏହାର କି ପ୍ରଭାବ ପଡିପାରେ ତାହା ମଧ୍ୟ କୁହାଯାଇଛି। ଅର୍ଥମନ୍ତ୍ରୀ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବାବେଳେ ଏଆଇ ବିଷୟରେ କହିଥିଲେ, ଏହା ଚାକିରି ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା ହେବ ଏବଂ ଦକ୍ଷତା ସ୍ତରରେ ଚାକିରି ଅନିଶ୍ଚିତତାକୁ ସାମ୍ନା କରିବାକୁ ପଡିବ।
ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ଏଇ କାରଣରୁ ଉତ୍ପାଦନ ବୃଦ୍ଧି ହେବାକୁ ଯାଉଛି କିନ୍ତୁ ଏହା ନିଯୁକ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା ସହିତ ଏଆଇ ହେତୁ ଭବିଷ୍ୟତରେ କାର୍ଯ୍ୟ କରିବାର ପଦ୍ଧତିରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏହା ବିଶ୍ୱ ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଆଣିବାକୁ ସ୍ଥିର ହୋଇଛି।
ଏହି ସର୍ଭେରେ କୁହାଯାଇଛି , ଏହି ପରିବର୍ତ୍ତନ ଭାରତ ଛୁଇଁବ ନାହିଁ। ସାଧାରଣ ଉଦ୍ଦେଶ୍ୟ ପାଇଁ ଏହା ଏକ ଟେକ୍ନୋଲୋଜି ଭାବରେ ସ୍ବୀକୃତି ପାଇବା ମାତ୍ରେ ଏହା ଶୀଘ୍ର ଗ୍ରହଣ କରାଯିବ।
More Stories
Union Budget 2025: ସରକାରଙ୍କ ପାଖରେ ପୁଞ୍ଜି ଅଛି, ଭଲରେ ବ୍ୟବହାର ଆବଶ୍ୟକ- ଡି ସୁବାରାଓ
Union Budget 2025: ଆୟକର ସ୍ଲାବ ଏବଂ ହାର ସଂଶୋଧନ, ହୋଇପାରେ ବିଗ୍ ଟ୍ୟାକ୍ସ୍ ରିଲିଫ ?
Union Budget 2025: ବିଗତ 5 ବର୍ଷରେ ଶିକ୍ଷା ବଜେଟ୍ ପାଇଁ ବିଜେପି ସରକାରଙ୍କ ପ୍ରମୁଖ ଘୋଷଣା