gold prices

କେତେ କମିଲା ସୁନା ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ଟଙ୍କା କମି ୬୭,୦୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୭୩,୧୯୦ ଟଙ୍କା ରହିଛି । ଗତକାଲି ଅର୍ଥାତ ବୁଧବାର ଅପେକ୍ଷା ଗୁରୁବାର ସୁନା ରେଟ୍‌ କମିଛି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦାମ୍‌ ବଢିଛି ।

୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୭,୦୯୦ ଟଙ୍କା ଓ ୭୩,୧୯୦ ଟଙ୍କା ରହିଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୭,୩୦୦ ଟଙ୍କା ଓ ୭୩,୪୨୦ ଟଙ୍କା ଥିବା ରେକର୍ଡ ହୋଇଛି । ରାଜଧାନୀ ଦିଲ୍ଲୀରେ ବି ସୁନା ଦର ବୃଦ୍ଧି ପାଇଛି । ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୬୭,୪୫୦ ଟଙ୍କା ଓ ୭୩,୫୭୦ ଟଙ୍କା ରହିଛି ।


ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୬୭,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୪୦୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୬୭୩୦୦ ଟଙ୍କା ଓ ୭୩,୪୨୦ ଟଙ୍କା ରହିଛି ।


 ବେଙ୍ଗାଲୁରୁରେ ମଧ୍ୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୬୭,୩୦୦ ଟଙ୍କା ଓ ୭୩,୪୨୦ ଟଙ୍କା ରହିଛି । ଯଦି ଆପଣ ସୁନା କିମ୍ବା ଏହାର ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ 8955664433 କୁ ଏକ ମିସ୍ କଲ ଦେଇପାରିବେ । ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣଙ୍କ ମୋବାଇଲରେ ମୂଲ୍ୟ ଆସିବ ।

ଏହା ସହିତ, କ୍ରମାଗତ ଅପଡେଟଗୁଡ଼ିକ ବିଷୟରେ ସୂଚନା ପାଇଁ ଆପଣ www.ibja.co କିମ୍ବା ibjarates.com ପରିଦର୍ଶନ କରିପାରିବେ । ।

SHARE BY