The Topmost

“The eyes believe themselves, the ears believe other people.”

bada thakura falling incident

ଆସୁଛି ବିପତ୍ତି, ବଡ ଠାକୁର ଦେଲେ କି ସଙ୍କେତ

ଆଡ଼ପ ମଣ୍ଡପକୁ ବଡ଼ଠାକୁର ବଳଭଦ୍ର ପହଣ୍ଡି ବିଜେ କଲାବେଳେ ମଙ୍ଗଳବାର ଅଘଟଣ ଘଟିଥିଲା । ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଯାଇଥଲେ। ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ବଳଭଦ୍ର ଚାରମାଳ ଉପରେ ପଡ଼ିଯିବାରୁ ୭ଜଣ ସେବାୟତ ଆହତ ହୋଇଛନ୍ତି। ତେବେ ପୂର୍ବଥର ମଧ୍ୟ ଆଡ଼ପ ପହଣ୍ଡି ବେଳେ ଜଗନ୍ନାଥ ହାମୁଡେଇ ପଡ଼ିଥିଲେ।

ତେବେ ଏହାକୁ ନେଇ ରାଧାବଲ୍ଲଭ ମଠର ମଠାଧୀଶ ମହନ୍ତ ରାମକୃଷ୍ଣ ଦାସ ବୁଧବାର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଗଣମାଧ୍ୟମକୁ କହିଛନ୍ତି, ଜଗନ୍ନାଥ ଉପରେ ଆଧାରିତ ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁଯାୟୀ ଏଭଳି ଅଘଟଣ ହେଲେ ବିପଦର ଆଶଙ୍କା ରହିଛି। ଦେଶ ଓ ରାଜ୍ୟ ପ୍ରତି ବିପଦ ରହିଛି। ଏହାର ପ୍ରତିକାର ମଧ୍ୟ ଅଛି। ଶୁଦ୍ଧ ବ୍ରାହ୍ମଣଙ୍କ ଦ୍ୱାରା ୧ଲକ୍ଷ ମୂଳମନ୍ତ୍ର ଜପ କରିବା ସହ ହୋମ କରାଯିବାର ଆବଶ୍ୟକତା ରହିଛି। ଏହି ପ୍ରତିକାର ଦ୍ୱାରା ବିପଦ ଟଳିଯିବ। ଆଗାମୀ ଦିନରେ ଯେମିତି ଏଭଳି ଭୁଲ୍‌ ନ ହେବ ସେଥିପ୍ରତି ସେବାୟତମନେ ଧ୍ୟାନ ଦେବା ଉଚିତ।