The Topmost

“The eyes believe themselves, the ears believe other people.”

odisha government laxmi bus

ଲକ୍ଷ୍ମୀ ବସର ରଙ୍ଗ ବହଳିବା ନେଇ ଯବାବ ହେଲେ ମନ୍ତ୍ରୀ

ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସର ରଙ୍ଗ ସବୁଜରୁ ଗେରୁଆ ହୋଇଛି। ନୂଆ ସରକାର ସମୟରେ ଏହି ରଙ୍ଗ ଏବଂ ଯୋଜନାର ନାମ ପରିବର୍ତ୍ତନକୁ ବିଜେଡି ନାପସନ୍ଦ କରିଛି। ଏହାରି ଭିତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ରାଜ୍ୟ ପରିବହନ ନିଗମର ମୂଳ ରଙ୍ଗ ବ୍ୟବହାର କରାଯାଇଛି ଏବଂ ଏଥିରେ ରାଜନୈତିକ ବିବାଦ ନାହିଁ।

ଲକ୍ଷ୍ମୀ ବସ ଉପରେ ଷ୍ଟିକର ଓ ଦଳୀୟ ଚିହ୍ନ ଲଗାଯାଇଥିଲା। ଦଳୀୟ ଚିହ୍ନ ଛଡ଼ାଯିବା ପରେ ଅନ୍ୟ ଷ୍ଟିକର ମଧ୍ୟ ବାହାରିଥିଲା। ମୋତେ ଲାଗୁଛି ସେମାନେ ଷ୍ଟିକର ବାହାର କରି ଏହି ସେବାକୁ ବନ୍ଦ କରିଦେଇଥାନ୍ତେ ବୋଲି ବିଭୂତି ଭୂଷଣ ଜେନା କହିଛନ୍ତି। କିଛି ବର୍ଷ ତଳେ ରାଜ୍ୟ ପରିବହନ ବସର ରଙ୍ଗ କମଳା ରଙ୍ଗର ଥିଲା। ତେଣୁ ଆମେ ସେହି ରଙ୍ଗକୁ ଫେରିଆସିଛୁ ଏବଂ ଏଥିରେ ରାଜନୈତିକ ଓ ଦଳୀୟ ସମ୍ପର୍କିତ କିଛି ନାହିଁ। ବସରେ ସିସିଟିଭି କ୍ୟାମେରା ଲଗାଇବା ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ନିର୍ଭୟା ଘଟଣା ପରେ ସିସିଟିଭି କ୍ୟାମେରା ଲଗାଇବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ବସରେ ସିସିଟିଭି କ୍ୟାମେରା ଲଗାଯିବ । ଏ ସଂକ୍ରାନ୍ତରେ ଆମର ଆଲୋଚନା ଚାଲିଛି।

ଉଲ୍ଲେଖଯୋଗ୍ୟ, ନବୀନ ସରକାର ସମୟରେ ଏହି ବସ୍ ସେବା ଆରମ୍ଭ ହୋଇଛି। କିନ୍ତୁ ବସର ରଙ୍ଗ ଏବଂ ଲୋଗୋ ବିଜେଡି ଦଳର ଚିହ୍ନ ସହିତ ମେଳ ଖାଉଥିଲା। ଯାହାକୁ ସେତେବେଳେ ବିଜେପି ବିରୋଧ କରୁଥିଲା। ଏବେ ସରକାର ବଦଳିବା ପରେ ସବୁଜ ରଙ୍ଗକୁ ହଟାଇବାକୁ ଯୋଜନା ହେଉଥିବା ସୂଚନା ରହିଛି। କିନ୍ତୁ ଲକ୍ଷ୍ମୀ ବସର ରଙ୍ଗ ଯେଉଁ କମଳା ରଙ୍ଗ ହୋଇଛି ତାହା ଏବେର ଶାସକ ଦଳ ବିଜେପି ଦଲୀୟ ଚିହ୍ନ।