କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ଅନେକ ମନ୍ତ୍ରୀଙ୍କୁ ମିଳିଲା ଧମକ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଇ-ମେଲକୁ ଆସିଛି ଧମକ । ଯେଉଁଥିରେ ମନ୍ତ୍ରୀମାନଙ୍କ ଉପରେ ବୋମା ଆକ୍ରମଣ ଧମକ ଦିଆଯାଇଛି । ଏଥିସହ ସମ୍ବେଦନଶୀଳ ସ୍ଥାନରେ ବୋମା ଖଞ୍ଜାଯାଇଛି ଓ ଶନିବାର ଦିନ ୨ଟା ସମୟରେ ବିସ୍ଫୋରଣ ଘଟିବ ବୋଲି ଧମକ ଦେଇଛି ଦୁବୁର୍ତ । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଗୃହମନ୍ତ୍ରୀ ଜି ପରମେଶ୍ୱରଙ୍କ ବାସଭବନ ସହ ପୁଲିସ କମିଶନରଙ୍କ ଘରକୁ ବୋମାରେ ଉଡାଇବା ପାଇଁ ଧମକ ଦିଆଯାଇଛି । ବିସ୍ଫୋରଣ ନକରିବା ବଦଳରେ ଦୁବୁର୍ତ ୨୫କୋଟି ଟଙ୍କା ଦାବି କରିଥିବା ଜଣାପଡିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ