ଜନସାଧାରଣଙ୍କୁ ଉତ୍ତମ ମାନର ତଥା ଗୁଣବତାଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ରାଜଧାନୀର ନୂତନ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍) ଗୁରୁବାର ସଫଳତାର ୪ ବର୍ଷ ପୂରଣ କରିଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଏହି ହସ୍ପିଟାଲଟି ଫେବୃଆରୀ ୨୯ ତାରିଖ ୨୦୨୦ ମସିହାରେ ଉଦ୍ଘାଟିତ ହୋଇଥିଲା । ୩୫୦ ଶଯ୍ୟା ବିଶିଷ୍ଟ ଏହି ଲୋକପ୍ରିୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ହସ୍ପିଟାଲ ଆଜି ପୂର୍ବ ଭାରତରେ ଏକ ଅଗ୍ରଣୀ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ଭାବେ ଉଭା ହୋଇଛି । ସମ୍ମମ୍ର ପ୍ରତିଷ୍ଠା ଦିବସ ଅବସରରେ ହସ୍ପିଟାଲ ପକ୍ଷରୁ ଏଠାରେ ଗୁରୁବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, ଚିଫ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ (ଡାକ୍ତର) ବିରାଜ ମୋହନ ମିଶ୍ର ଓ ମେଡିକାଲ ସୁପରିଟେଣ୍ଡେଂଟ ଡାକ୍ତର ପି.କେ. ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବ୍ରିଗେଡିୟର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଇଓ ଡକ୍ଟର ଦାଶ ନିଜ ଭାଷଣରେ ସମ୍ମମ୍ର ସମସ୍ତ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଦୀର୍ଘ ୪ ବର୍ଷ ମଧ୍ୟରେ ସେମାନଙ୍କର କର୍ତବ୍ୟନିଷ୍ଠା, ସେବା ମନୋଭାବ ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବକୁ ‘ସମମ ବୋନମ’- ଲାଟିନ୍ ଭାଷାରେ ଏହାର ଅର୍ଥ ସର୍ବୋତମ- ନାମରେ ନାମିତ କରାଯାଇଥିଲା । ଏହି ଅବସରରେ ସମ୍ମମ୍ର ପତାକା ଓ ସଂଗୀତ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ କେୟାର ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ‘ଲାଇଫଟାଇମ୍ ସର୍ଭିସ ଆଣ୍ଡ ହେଲ୍ଥକେୟାର ଏକ୍ସିଲେନ୍ସ ଆୱାର୍ଡ’, ଜେନେରାଲ ମେଡିସିନ୍ ବିଭାଗର ସିନିୟର କନସଲ୍ଟାଂଟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ କୁମାର ଧର ଓ ଡାକ୍ତର ପ୍ରମୋଦ କୁମାର ଟୁଡୁ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ସିନିୟର କନସଲ୍ଟାଂଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଆଲୋକ କୁମାର ପାଣିଗ୍ରାହୀଙ୍କୁ ‘ହେଲ୍ଥ କେୟାର ହିରୋଇକ୍ସ ଆଣ୍ଡ ଏକ୍ସିଲେନ୍ସ ଆୱାର୍ଡ’, ନ୍ୟୁରୋ ସର୍ଜରୀ ବିଭାଗର ସିନିୟର କନସଲ୍ଟାଂଟ ଡାକ୍ତର ସୋମନାଥ ପ୍ରସାଦ ଜେନା ଓ ଡାକ୍ତର ବିକାଶ ରଞ୍ଜନ ବେହେରା, ମେଡିକାଲ୍ ଅଙ୍କୋଲୋଜି ବିଭାଗର ସିନିୟର କନସଲ୍ଟାଂଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ ତଥା ନ୍ୟୁକ୍ଲିୟର ମେଡିସିନ୍ ବିଭାଗର ସିନିୟର କନସଲ୍ଟାଂଟ ଡାକ୍ତର ସୁଦତା ରାୟଙ୍କୁ ‘ଆଉଟ୍ ଷ୍ଟାଣ୍ଡିଂ ପରଫରମାନ୍ସ ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଚିଫ ସିକ୍ୟୁରିଟି ଅଫିସର ତଥା ମ୍ୟାନେଜର ଶ୍ରୀ ପବିତ୍ର ମୋହନ ଦାସଙ୍କୁ ‘ଗାର୍ଡିଆନ୍ ଅଫ ସେଫଟି ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଏଫ ଆଣ୍ଡ ବି ବିଭାଗର ଡ଼ିଜିଏମ ଶ୍ରୀ ସରୋଜ କୁମାର ସାହାଣୀଙ୍କୁ ‘କମ୍ପାସନେଟ୍ କେୟାର ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ୟୁଏଚ ବିଭାଗର ଆସିଷ୍ଟାଂଟ ଜେନେରାଲ ମ୍ୟାନେଜର ଶ୍ରୀ ଶୁଭ୍ରାଶିଷ ମହାପାତ୍ରଙ୍କୁ ‘କେୟାର ଆଣ୍ଡ କ୍ଲିନଲିନେସ-ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, କଂଟେଂଟ ଷ୍ଟ୍ରାଟେଜିଷ୍ଟ ଆଣ୍ଡ ଏଡିଟୋରିଆଲ୍, ହସ୍ପିଟାଲ ପବ୍ଲିକେସନ ଆଣ୍ଡ ରିସର୍ଚ୍ଚ ବିଭାଗର ଚିଫ କନସଲ୍ଟାଂଟ ଶ୍ରୀ ପ୍ରେମଜିତ୍ ମହାପାତ୍ରଙ୍କୁ ‘ମିଷ୍ଟର ଇନଭିଜିବୁଲ୍ ଷ୍ଟ୍ରେଂଥ – ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଏଫ ଆଣ୍ଡ ଏ ବିଭାଗର ଡେପୁଟି ମ୍ୟାନେଜର ଶ୍ରୀ ଏନ. ଶ୍ରୀରାମ ପାତ୍ରଙ୍କୁ ‘ଫାଇନାନ୍ସିଆଲ ଷ୍ଟିୱାର୍ଡସିପ ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଡାଇଟେଟିକ୍ସ ବିଭାଗର ଆସିଷ୍ଟାଂଟ ମ୍ୟାନେଜର ଶ୍ରୀମତି ସୁଶ୍ରୀ ସଙ୍ଗୀତା ଜେନାଙ୍କୁ ‘କମ୍ପାସନେଟ୍ କେୟାର ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ନ୍ୟୁକ୍ଲିୟର ମେଡିସିନ ଫିଜିସିଷ୍ଟ ଶ୍ରୀ ନୀଳେନ୍ଦ୍ର ପାଠକଙ୍କୁ ‘ମେଡିକାଲ ଏକ୍ସିଲେନ୍ସ ଆୱାର୍ଡ, ମେଂଟେନାନ୍ସ ଇଞ୍ଜିନିୟରିଂ ବିଭାଗର ଡେପୁଟି ମ୍ୟାନେଜର ଶ୍ରୀ ଶୁଭ୍ରଜ୍ୟୋତି ବିଶ୍ୱାଳଙ୍କୁ ଆଉଟ୍ ଷ୍ଟାଣ୍ଡିଂ ପରଫରମାନ୍ସ ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ପେସେଂଟ ଡିସଚାର୍ଜ ସେଲ ଆଣ୍ଡ ଇନଚାର୍ଜ ହସ୍ପିଟାଲ ଷ୍ଟ୍ରାଟେଜିକ ଇନିସିଏଟିଭସ, ବ୍ଲଡ ବ୍ୟାଙ୍କ, ଅଦର ଆଉଟସାଇଡ ହସ୍ପିଟାଲ୍ କୋର୍ଡିନେସନର ଆସିଷ୍ଟାଂଟ ମ୍ୟାନେଜର ଶ୍ରୀ ବିଶ୍ୱଜିତ୍ ଶତପଥିଙ୍କୁ ଲାଇଫ ସେଭିଂ ସର୍ଭିସ ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ଜୁନିୟର ଡକ୍ଟର ଡାକ୍ତର ହିମାଂଶୁ ଶେଖର ସେଠୀ ଓ ଡାକ୍ତର ଦିବ୍ୟଶ୍ରୀ ସ୍ୱାଇଁଙ୍କୁ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ନର୍ସିଂ ଇନଚାର୍ଜ ଶ୍ରୀମତୀ ସବିତା ମିଶାଲଙ୍କୁ ‘ହିଲିଂ ହ୍ୟାଣ୍ଡସ୍ ସର୍ଭିସ ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ରେଡିଓଲୋଜି, ରେଡ଼ିଏସନ ଥେରାପି ଓ ନ୍ୟୁକ୍ଲିୟର ମେଡିସିନ ୟୁନିଟ୍ର ସିନିଅର ଏଗଜିକ୍ୟୁଟିଭ ଶ୍ରୀ ସୌରଭ କୁମାର ଦାସଙ୍କୁ ରାଡିଆଂଟ କେୟାର ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ମେଡିକାଲ ରେକର୍ଡସ୍ ବିଭାଗର ଏଗଜିକ୍ୟୁଟିଭ ଶ୍ରୀ ରତିକାନ୍ତ ବାରିକଙ୍କୁ ହେଲଥ ରେକର୍ଡ ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ନର୍ସିଂ, କ୍ୟାଥ ଲ୍ୟାବର ଇନଚାର୍ଜ ଶ୍ରୀମତୀ ରିୟଙ୍କା ମହାନ୍ତି, ସିନିଅର ଷ୍ଟାଫ ନର୍ସ ସିଫ୍ଟ ଇନ୍ଚାର୍ଜ ଶ୍ରୀମତୀ ମୋକ୍ଷଦା ବେହେରା, ନର୍ସିଂ ଜୁନିୟର ଇନଚାର୍ଜ ଶ୍ରୀମତୀ ପ୍ରଣୟିନୀ ରାଉତ ଓ ଷ୍ଟାଫ ନର୍ସ ଶ୍ରୀମତୀ ସୋନାଲି ଖଣ୍ଡୁଆଳ, ୟୁଏଚ – ଷ୍ଟାଫ ଶ୍ରୀମତୀ ଦୁଲେଶ୍ୱରୀ ଦେହୁରୀ ଓ ଶ୍ରୀ କାଳୁ ଚରଣ ସ୍ୱାଇଁଙ୍କୁ ହିଲିଂ ହ୍ୟାଣ୍ଡସ ସର୍ଭିସ ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ସିଇଓ ଅଫିସ ଆଣ୍ଡ କ୍ୟୁଏମଏସର ଏଗ୍ଜିକ୍ୟୁଟିଭ ଶ୍ରୀ ଭାସ୍କର ଚନ୍ଦ୍ର ପୃଷ୍ଟି, ସିଇଓ ଅଫିସର ସିନିଅର ଡ୍ରାଇଭର ଶ୍ରୀ ପବିତ୍ର ମୋହନ ସାହୁ ଓ ଏଫଆଣ୍ଡବି ବିଭାଗର ଜୁନିଅର ଷ୍ଟିୱାର୍ଡ ଶ୍ରୀ ବିଶ୍ୱଜିତ୍ ବାରିକଙ୍କୁ ଅନସଙ୍ଗ ହିରୋ ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’ ତଥା ସିକ୍ୟୁରିଟି ଗାର୍ଡ ଶ୍ରୀ ଅରୁଣ କୁମାର ସେଠୀଙ୍କୁ ସେଫ୍ଟି ସେନ୍ଟିନେଲ୍ ଆଣ୍ଡ ହେଲ୍ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’ ଉପାଧିରେ ସମ୍ମାନିତ କରାଯାଇଥିଲା । ଡାକ୍ତରମାନଙ୍କ ଦ୍ୱାରା ପରିବେଷିତ ଚିତାକର୍ଷକ ସଂଗୀତ କାର୍ଯ୍ୟକ୍ରମ ସମସ୍ତଙ୍କର ମନ ମୋହିଥିଲା । ସେହିପରି କର୍ମଚାରୀ ଓ ପ୍ରିନ୍ସ ଡ୍ୟାନ୍ସଗ୍ରୁପ୍ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସମ୍ମମ୍ର କର୍ମଚାରୀଙ୍କ ଦ୍ୱାରା କ୍ୟାଟ ୱାକ୍ ଓ ସ୍ପଟ୍ ଲାଇଟ୍ ଡ୍ରାମା ପରିବେଷଣ କରାଯାଇଥିଲା ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା