The Topmost

“The eyes believe themselves, the ears believe other people.”

ବିଶ୍ୱ ଅର୍ଥନୀତିକୁ ନେଇ ନାଗୋଜି ଓକୋଞ୍ଜୋ ଇୱେଲାଙ୍କ ଚିନ୍ତା

ଯୁଦ୍ଧ, ଅନିଶ୍ଚିତତା ଓ ଅସ୍ଥିରତା ପାଇଁ ବିଶେଷ ଭାବେ ପ୍ରଭାବିତ ହେଉଛି ବିଶ୍ୱର ଅର୍ଥବ୍ୟବସ୍ଥା । ଏନେଇ ଚିନ୍ତାପ୍ରକାଶ କରିଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ନାଗୋଜି ଓକୋଞ୍ଜୋ ଇୱେଲା । ଋଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ମଧ୍ୟରେ ଲଢେଇ କାରଣରୁ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡିଛି । ପେଟ୍ରୋଲ, ଡିଜେଲ ଖାଦ୍ୟ ଏବଂ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ଘଟୁଛି । ଅନେକ ଦେଶର ଅର୍ଥ ବ୍ୟବସ୍ଥା ଦେବାଳିଆ ସ୍ଥିତିକୁ ମଧ୍ୟ ଚାଲି ଆସିଲାଣି । ଏଭଳି ସ୍ଥିତିରେ ଆଗକୁ ବିଶ୍ୱର ପାଖାପାଖି ୫୦ ପ୍ରତିଶତ ରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିବାକୁ ଯାଉଥିବା ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ଆଶଙ୍କା କରିଛନ୍ତି । ଏନେଇ ସେ ବିଶ୍ୱ ବାଣିଜ୍ୟ ସଂଗଠନ ଅନ୍ତଭୁକ୍ତ ରାଷ୍ଟ୍ର ମାନଙ୍କୁ ଯୁଦ୍ଧ ଏବଂ ଅସ୍ଥିରତା ରୋକିବା ଦିଗରେ କାମ କରିବାକୁ ଆହ୍ୱାନ ଜଣାଇଛନ୍ତି ।

SHARE BY