ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ବଦଳିଯିବ ଷ୍ଟାଡିୟମର ରୂପରେଖ । ଏନେଇ ଆଜି ସକାଳୁ ୫-ଟି ଅଧକ୍ଷ ଭିକେ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ ତର୍ଜମା କରିଛନ୍ତି । ଆସନ୍ତା ୨୭ ତାରିଖରେ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ଏବଂ ଏଥିରେ ବକେଟ ସିଟ୍ ରହିବ । ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ବିସିସିଆଇ , ରାଜ୍ୟ ସରକାର ଓ ଓସିଏର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯିବ । ମୋଟ ୬୦୦ କୋଟି ଟଙ୍କାର ଅଟକଳରେ ହେବ ପୁନଃ ନିର୍ମାଣ। ଏହି ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ବାରବାଟୀ ଷ୍ଟାଡିୟମର ନବକଳେବର ଦ୍ୱାରା କ୍ରୀଡାବିତଙ୍କୁ ନାନାଦି ସୁବିଧା ସୁଯୋଗ ମିଳିବ । ଗୋଟିଏ ସ୍ଥାନରେ କ୍ରୀଡାବିତ ରହିବା ସହ ଖେଳିପାରିବେ । ସେହିଭଳି ଷ୍ଟାଡିୟମର ନବକଳେବର ପରେ ଅଧିକରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବାରବାଟୀକୁ ଫେରିବ ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ