The Topmost

“The eyes believe themselves, the ears believe other people.”

କଂଗ୍ରେସର ପାରମ୍ପରିକ ଆସନ ଆମେଠିକୁ ନେଇ ଚର୍ଚ୍ଚା

ସାଧାରଣ ନିର୍ବାଚନରେ ପୁଣିଥରେ ୟୁପିର ଆମେଠିରୁ ପ୍ରାର୍ଥୀ ହେବେ କି ରାହୁଲ ଗାନ୍ଧୀ । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରାହୁଲ ଗାନ୍ଧୀ ୟୁପିର ପ୍ରତାପଗଡରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ନିର୍ବାଚନ ପାଖେଇ ଆସିଥିବାରୁ ଏବେ ଏହି ଚର୍ଚ୍ଚା ଜୋର ଧରିଛି । ତେଣୁ ରାହୁଲ ୨୦୧୯ର ପ୍ରତିଶୋଧ ନେବାକୁ ଯାଇ ୨୦୨୪ର ପ୍ରାର୍ଥୀ ହେବେ କି ଚର୍ଚ୍ଚା ବଢିଛି । ଅନ୍ତିମ ଥର ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ । ରାହୁଲ ଗାନ୍ଧୀ କେରଳର ୱାଏନାଡ ଆସନରୁ ବିଜୟୀ ହୋଇଥିବାରୁ ସଂସଦକୁ ନିର୍ବାଚିତ ହୋଇପାରିଥିଲେ । ଆମେଠି ଆସନରୁ ରାହୁଲ ଗାନ୍ଧୀ, ତାଙ୍କ ବାପା ରାଜୀବ ଗାନ୍ଧୀ ନିର୍ବାଚିତ ହୋଇଥିଲେ । ବଡକଥା ହେଉଛି ୟୁପିରେ କଂଗ୍ରେସ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି । ଅନେକ ନେତା ଦଳ ଛାଡି ବିଜେପି ଓ ସମାଜବାଦୀ ପାର୍ଟି ମୁହାଁ ହୋଇଛନ୍ତି । ରାହୁଲଙ୍କ ମା ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ପାଇଁ ନମାଙ୍କନ ପତ୍ର ଦାଖଲ କରିଛନ୍ତି । ତେଣୁ ରାଏବରେଲିରୁ ଏଥର ପ୍ରିୟଙ୍କା ଗାନ୍ଧୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ତିମ ସାଧାରଣ ନିର୍ବାଚନରେ ୟୁପିର ୮୦ ଲୋକସଭା ଆସନରୁ କଂଗ୍ରେସ ଏକମାତ୍ର ଆସନ ଭାବେ ରାଏବରେଲିରୁ ଜିତିଥିଲା । ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ଆମେଠି ଆସନ କଂଗ୍ରେସ ପାଇଁ ଗୁରୁତ୍ୱ । ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ତାହା ଦଳ ନିଷ୍ପତି ନେବେ ।