ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବେ । ସେହିଭଳି ସଦ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅଶୋକ ଚୌହାନ ତାଙ୍କ ନିଜ ରାଜ୍ୟ ମହାରାଷ୍ଟ୍ରରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ମେଧା କୁଲକର୍ଣ୍ଣୀଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେପି ତରଫରୁ ଜାରି କରାଯାଇଥିବା ତାଲିକାରେ ୭ ଜଣଙ୍କ ନାମ ଉଲ୍ଲେଖ ରହିଛି । ଯାହା ମଧ୍ୟରୁ ୪ ଜଣଙ୍କୁ ଗୁଜରାଟ ଓ ୩ ଜଣ ମହାରାଷ୍ଟ୍ରରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପି ଜାରି କରିଥିବା ପ୍ରାର୍ଥୀ ତାଲିକାର ପ୍ରଥମରେ ରହିଛନ୍ତି ଜେପି ନଡ୍ଡା, ଦ୍ୱିତୀୟରେ ଗୋବିନ୍ଦଭାଇ ଢୋଲକିଆ, ତା ପରେ ମୟଙ୍କ ଭାଇ ନାୟକ, ଯଶବନ୍ତସିଂ ସଲାମସିଂହ ପରମାରଙ୍କ ସାମିଲ ଅଛି । ଏମାନେ ଗୁଜରାଟରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ