ବଲିଉଡର ନାମୀ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ମେଡିକାଲରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଯୋଗୁ ମିଥୁନଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳ ପ୍ରାୟ ୧୦ ସମୟରେ ଛାତିରେ କଷ୍ଟ ଅନୁଭବ କରିଥିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି ଏ ନେଇ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ନିକଟରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ସରକାର। ପୁରସ୍କାର ପାଇବା ପରେ ଖୁସି ପ୍ରକାଶ କରିବା ସହ ଏହି ସମ୍ମାନକୁ ନିଜର ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ୭୩ ବର୍ଷୀୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ହିନ୍ଦୀ ଫିଲ୍ମ ଡିସ୍କୋ ଡାନ୍ସର ତାଙ୍କୁ ରାତାରାତି ସୁପରଷ୍ଟାର ପରିଚୟ ଦେଇଥିଲା। ବଲିଉଡର ଜଣେ ଆଗଧାଡ଼ିର ଲୋକପ୍ରିୟ ଅଭିନେତା ହେଉଛନ୍ତି ମିଥୁନ ଚକ୍ରବର୍ତ୍ତୀ।
 
                                               
                                               
                                               
                                               
                                               
                 
                   
                   
                   
                  
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ