The Topmost

“The eyes believe themselves, the ears believe other people.”

ମାଆ ସରସ୍ବତୀଙ୍କ ପୂଜାରେ କାହିଁକି ହଳଦିଆ ରଙ୍ଗକୁ ପ୍ରାଧାନ୍ୟ ଦିଆଯାଏ ?

ଓଡ଼ିଶାରେ ବାର ମାସରେ ତେର ପର୍ବ । ସରସ୍ବତୀ ପୂଜା ବା ଶ୍ରୀପଞ୍ଚମୀକୁ ରାଜ୍ୟରେ ଧିମଧାମରେ ପାଳନ କରାଯାଏ । ଏହି ଦିନକୁ ଲୋକେ ବସନ୍ତ ପଞ୍ଚମୀ ଭାବେ ମଧ୍ୟ ଜାଣନ୍ତି । ବସନ୍ତ ଋତୁର ଆଗମନକୁ ସ୍ବାଗତ କରିଥାଏ ମାଆ ସରସ୍ବତୀଙ୍କର ଏହି ଦିନ । ଏହି ଦିନକୁ ଦେଶର କୋଣଅନୁକୋଣର ଲୋକ ବିଭିନ୍ନ ତରିକାରେ ପାଳନ କରିଥାନ୍ତି ।
ମାଆଙ୍କର ଏହି ପୂଜା ଦିନ ହଳଦିଆ ପୋଷାକ ପରିଧାନ କରିବାକୁ ବିଶେଷ ଗୁରୁତ୍ବ ଦିଆଯାଇଥାଏ । ମାଆ ସରସ୍ବତୀଙ୍କୁ ଶିକ୍ଷା, ସଂଗୀତ, ଭାଷା ଓ କଳାର ଅଧିଷ୍ଠାତ୍ରୀ ବୋଲି ମନାଯାଏ । ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ବିଶେଷ ପ୍ରାଧାନ ଦିଆଯିବାର କାରଣ ହେଉଛି ବସନ୍ତ ଋତୁରେ ଫୁଟୁଥିବା ଫୁଲଗୁଡ଼ିକ ପ୍ରାୟତଃ ହଳଦିଆ ରଂଗର, ଯେପରି ଗେଣ୍ଡୁ ଫୁଲ ।
ଅନ୍ୟ ଏକ କାରଣ ହେଉଛି ମାଆ ସରସ୍ବତୀଙ୍କ ପ୍ରିୟ ରଂଗ ହେଉଛି ହଳଦିଆ । ସେଥିପାଇଁ ଶ୍ରଦ୍ଧାଳୁମାନେ ମାଆଙ୍କ ମୂର୍ତ୍ତିକୁ ହଳଦିଆ କପଡ଼ାରେ ଢାଙ୍କି କରି ରଖିଥାନ୍ତି ଓ ମାଆଙ୍କୁ ହଳଦିଆ ରଂଗର ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥାନ୍ତି । ଏହି କାରଣରୁ ମହିଳାମାନେ ହଳଦିଆ ରଂଗର ଶାଢ଼ି ବା ଅନ୍ୟ କୌଣସି ପୋଷକ ପିନ୍ଧି ମାଆଙ୍କ ପୂଜା କରିବାକୁ ବେଶି ପସନ୍ଦ କରିଥାନ୍ତି ।
ହଳଦିଆ ରଂଗକୁ ଗୁରୁତ୍ବ ଦିଆଯିବାର ତୃତୀୟ କାରଣଟି ହେଉଛି, ହଳଦିଆ ରଂଗ ଜ୍ଞାନ, ଆନନ୍ଦ, ଶିକ୍ଷା ଓ ହିନ୍ଦୁ ସଂସ୍କୃତିର ପ୍ରତୀକ । ସେଥିପାଇଁ କେବଳ ହଳଦିଆ ରଂଗର ପୋଷାକ ନୁହେଁ, ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗର ବ୍ୟଞ୍ଜନ ବି ସବୁ ପ୍ରସ୍ତୁତ କରାଯାଇ ଥାଏ । ଯେପରି କେଶର ଭାତ, ଖିଚିଡ଼ି ଓ ବୁନ୍ଦି ଲଡୁ ଇତ୍ୟାଦି ।