ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ରାଜ୍ୟକୁ ଆସିବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଶିଳ୍ପ । ଓଡ଼ିଶାରେ ଜେଏସଡବ୍ଲ୍ୟୁ କରିବ ବିଦ୍ୟୁତ ଯାନ ନିର୍ମାଣ । ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ଏଥିପାଇଁ ଆଜି ଜେଏସଡବ୍ଲୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହେବ । ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । କଟକ ନରାଜରେ ପ୍ରତିଷ୍ଠା ହେବ ଏହି ପ୍ରକଳ୍ପ । ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଇଲେକ୍ଟ୍ରିକ ଭେହିକଲ କମ୍ପୋନେଣ୍ଟ ତିଆରି କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା