The Topmost

“The eyes believe themselves, the ears believe other people.”

ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଆଶ୍ବସ୍ତୀ

ଚାକିରି ବଦଳରେ ଜମି ଘୋଟାଲା ମାମଲା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଆଶ୍ବସ୍ତୀ । ଲାଲୁ, ପତ୍ନୀ ରାବଡି ଦେବୀ, ଝିଅ ମୀସା ଭାରତୀ ଏବଂ ହେମା ଯାଦବଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ମାମଲାର ବିଚାର କରିବା ସହ ଲାଲୁଙ୍କ ପରିବାର ସହ ଅନ୍ୟତମ ଅଭିଯୁକ୍ତ ହୃଦୟାନନ୍ଦ ଚୌଧୁରୀଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଚାକିରି ପାଇଁ ଜମି ମାମଲାରେ ଲାଲୁ ଏବଂ ତାଙ୍କ ପରିବାରକୁ ନିୟମିତ ରାଜନୈତିକ କଟାକ୍ଷର ଶିକାର ହେବାକୁ ପଡୁଛି । ଏହା ପୂର୍ବରୁ ଶୁକ୍ରବାର କୋର୍ଟରେ ହାଜର ହେବାକୁ ରାବଡି ଦେବୀ, ଝିଅ ମୀସା ଓ ହେମା ପଣ୍ଡାରା ରୋଡ ବାସଭବନରୁ ଗୋଟିଏ ଗାଡିରେ ଆସିଥିଲେ । ସେମାନଙ୍କ ଜାମିନ ଉପରେ ଜଷ୍ଟିସ୍ ବିଶାଲ ଗୋଗନେ ଶୁଣାଣି କରିଥିଲେ । ଏହାସହ କୋର୍ଟ ଇଡିକୁ ମାମଲାରେ ଜବାବ ତଲବ କରିଛନ୍ତି । ଏହାସହ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୮ ତାରିଖରେ କରାଯିବ ।