The Topmost

“The eyes believe themselves, the ears believe other people.”

ଭୁବନେଶ୍ୱର ହେବ ଜଳାନ୍ତକ ରୋଗ ମୁକ୍ତ ସହର

ରାଜଧାନୀରେ କମିବ ବୁଲା କୁକୁରଙ୍କ ଆତଙ୍କ । ଭୁବନେଶ୍ୱର ହେବ ଜଳାନ୍ତକ ରୋଗ ମୁକ୍ତ ସହର । ଏନେଇ କୁକୁର ବନ୍ଧ୍ୟାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି ବିଏମସି ମେୟର ଓ ବିଧାୟକ । ଏହି କେନ୍ଦ୍ରରେ ୨୪୦ କୁକୁର ରହିବାର କ୍ଷମତା ରହିଛି । ଏଥିରେ ୪୮ଟି ଗୃହ ରହିଥିବା ବେଳେ ୨ଟି ଅପରେସନ ଥିଏଟର, ୫ଟି ଅପରେସନ ଟେବୁଲ ରହିଛି । ପ୍ରତିଦିନ ଶହେ କୁକୁରଙ୍କ ବନ୍ଧ୍ୟାକରଣ ହୋଇ ପାରିବ । କୁକୁରଙ୍କୁ ଆଣିବା ଓ ଛାଡିବା ପାଇଁ ୨ଟି ଯାନ ରହିଛି । ଆବଶ୍ୟକ ଡାକ୍ତର, ଚିକିତ୍ସା ସହାୟକ ଏବଂ କର୍ମଚାରୀ ମଧ୍ୟ ରହିଛନ୍ତି । ସରକାରୀ ନିୟମ ଏବଂ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୁକୁରଙ୍କୁ ପୃଥକ ଭାବେ ରଖାଯିବା ସହ ସେମାନଙ୍କର ଖାଇବା, ପିଇବା ଏବଂ ଯତ୍ନ ନିଆଯିବ । ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ବନ୍ଧ୍ୟାକରଣ ଓ ଟୀକାକରଣ କରାଯାଇ ଚିକିତ୍ସା କରାଯିବ । ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ମଧ୍ୟ ନିଆଯିବ । ବନ୍ଧ୍ୟାକରଣ ଅବଧି ପରେ ସେମାନଙ୍କୁ ନିଜ ସ୍ଥାନରେ ସୁରକ୍ଷିତ ଭାବେ ଛାଡି ଦିଆଯିବ ।