The Topmost

“The eyes believe themselves, the ears believe other people.”

କର୍କଟ ରୋଗରେ ପୀଡିତ ବିଟ୍ରେନ ରାଜା

ବ୍ରିଟେନର କିଙ୍ଗ ଚାଲର୍ସ ତୃତୀୟଙ୍କୁ କର୍କଟ ରୋଗ । ଚାଲର୍ସ କର୍କଟ ରୋଗରେ ପୀଡିତ ଥିବା ନେଇ ବ୍ରିଟେନ ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ୭୫ବର୍ଷୀୟ ଚାଲର୍ସ ପ୍ରୋଷ୍ଟେଟ ରୋଗରେ ପୀଡିତ ଥିବା ସହ କ୍ରମଶ ସେ କର୍କଟ ରୋଗରେ ପୀଡିତ ହୋଇଥିବା ଜଣାପଡିଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ରାଜପ୍ରସାଦରେ ଚାଲିଛି ଚିକିତ୍ସା । ୨୦୨୨ ସେପ୍ଟେମ୍ବରରେ ବିଟ୍ରେନ ରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ କିଙ୍ଗ ଚାଲର୍ସ ତୃତୀୟ ରାଜା ହୋଇଥିଲେ । ମେ ମାସରେ ରାଜ୍ୟାଭିଷେକ ହେବା ସହ ବିଟ୍ରେନର ରାଜା ହୋଇଥିଲେ ।