ଭାରତ କିଣିବ ଅତ୍ୟାଧୁନିକ ଡ୍ରୋନ । ଏହି ଏମକ୍ୟୁ-ନାଇନ୍ ବି ଡ୍ରୋନ କିଣିବାକୁ ହୋଇଥିବା ଚୁକ୍ତିକୁ ଆମେରିକା ଅନୁମତି ଦେଇଛି । ଏଥିପାଇଁ ପାଖାପାଖି ୪ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଚୁକ୍ତି ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । ବିନା ଚାଳକରେ ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡ୍ରୋନ । ଉଚ୍ଚ ପାହାଡ଼ ଉପରେ ଏବଂ ସମୁଦ୍ର ଉପରେ ତୀକ୍ଷ୍ମ ନଜର ରଖିବ ଏହି ଏମକ୍ୟୁ-ନାଇନ୍ ବି ଡ୍ରୋନ । ଚୀନ୍ ସୀମାରେ ଭାରତୀୟ ସେନା ପକ୍ଷରୁ ଏହାକୁ ମୁତୟନ କରାଯାଇପାରେ । ଏହାସହ ସମୁଦ୍ର ସୀମାରେ ମଧ୍ୟ ଏହି ଡ୍ରୋନ ଦ୍ୱାରା ସର୍ଭିଲେନ୍ସ ବଢ଼ାଇବାକୁ ଭାରତୀୟ ସେନା ଯୋଜନା କରୁଛି । ଏହି ଡ୍ରୋନ ପ୍ରାୟ ୩୫ ଘଂଟା ଉଡ଼ିପାରିବ । ସମ୍ପୂର୍ଣ୍ଣ ଭାବରେ ରିମୋର୍ଟ କଂଟ୍ରୋଲ ଦ୍ୱାରା ହେବ ପରିଚାଳିତ । ଆମେରିକା ଠାରୁ ଭାରତ ୩୧ଟି ଏମକ୍ୟୁ-ନାଇନ୍ ବି ଡ୍ରୋନ କିଣିବ ଭାରତ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ