ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବାବେଳେ ୟୁପିରେ ସମାଜବାଦୀ ପାର୍ଟି ପ୍ରଥମ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କିଏ କେଉଁଠି ନିର୍ବାଚନ ଲଢ଼ିବେ ଏସପି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଡିମ୍ପଲ ଯାଦବ, ଧର୍ମେନ୍ଦ୍ର ଯାଦବ ଏବଂ ଅକ୍ଷୟ ଯାଦବଙ୍କ ଭଳି ବରିଷ୍ଠ ନେତାଙ୍କ ନାମ ରହିଛି । ଅଖିଲେଶ ଯାଦବ ୟୁପିରେ କଂଗ୍ରେସକୁ ୧୧ ଆସନ ଅଫର କରିଛି । ଇଣ୍ଡିଆ ମେଣ୍ଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ୟୁପିର ୮୦ ଆସନ ରହିଥିବାବେଳେ ମେଣ୍ଟରେ ଆସନ ବୁଝାମଣାକୁ ନେଇ ଲାଗିରହିଥିବା ସସପେନ୍ସ ଭିତରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏସପି । ଯେଉଁଥିରେ ମେନପୁରରୁ ଡିମ୍ପଲ ଯାଦବ ମଇଦାନକୁ ଓହ୍ଲାଇବେ । ବଦାୟୁରୁ ଧର୍ମେନ୍ଦ୍ର ଯାଦବ, ଖିରିରୁ ଅର୍କେଶ ବର୍ମାଙ୍କ ଭଳି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ