The Topmost

“The eyes believe themselves, the ears believe other people.”

ଆଜି ଚଣ୍ଡୀଗଡ଼ ମେୟର ନିର୍ବାଚନ

ଆଜି ହେବ ଚଣ୍ଡୀଗଡ଼ ମେୟର ନିର୍ବାଚନ । ଗତ ଜାନୁଆରୀ ୧୮ରେ ମେୟର ନିର୍ବାଚନ ହେବାର ଥିଲା । ମାତ୍ର ପ୍ରିଜାଇଡିଂ ଅଫିସର ଅନିଲ ମାସିଙ୍କ ଅସୁସ୍ଥତା କାରଣରୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ନିର୍ବାଚନ ଫେବ୍ରୁଆରୀ ୬ରେ ହେବା ଲାଗି ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ହେବ । ନିର୍ବାଚନ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ ଡେପୁଟି କମିଶନର । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ହେବ ବୋଲି କହିଛନ୍ତି ଡେପୁଟି କମିଶନର ବିନୟ ପ୍ରତାପ ସିଂ । ଚଣ୍ଡୀଗଡ ସେକ୍ଟର ୧୭ସ୍ଥିତ ମ୍ୟୁନିସପାଲ କର୍ପୋରେନସ ଅଫିସରେ ଏହି ଭୋଟ ହେବ । ମେୟର ନିର୍ବାଚନ ଲାଗି ଆପ କାଉନସିଲର କୁଳଦୀପ କୁମାରଙ୍କ ପିଟିସନ ଅନୁସାରେ ଏହି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।