The Topmost

“The eyes believe themselves, the ears believe other people.”

ଆଜି ସୁପ୍ରିମକୋର୍ଟ ପାଳିବ ହୀରକ ଜୟନ୍ତୀ

୭୫ ବର୍ଷରେ ସୁପ୍ରିମକୋର୍ଟ । ଆଜି ସୁପ୍ରିମକୋର୍ଟ ପାଳିବ ହୀରକ ଜୟନ୍ତୀ । ୧୯୫୦ ଜାନୁଆରୀ ୨୮ ତାରିଖରେ ଦିଲ୍ଲୀରେ ପ୍ରତିଷ୍ଠା ହୋଇଥିଲା ସୁପ୍ରିମକୋର୍ଟ । ସେତେବେଳେ ସୁପ୍ରିମକୋର୍ଟଙ୍କ କୌଣସି ନିର୍ଦ୍ଦିଷ୍ଠ କୋଠା ନଥିଲା । ସଂସଦ ଭବନ ପରିସରରେ ଏହା ଆରମ୍ଭ ହୋଇଥିଲା । ହୀରକ ଜୟନ୍ତୀ ଅବସରରେ ଆଜି ଏକ ସ୍ବତନ୍ତ୍ର ଉତ୍ସବ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀ ଯୋଗଦେବେ । ହୀରକ ଜୟନ୍ତୀ ଅବସରରେ ସୁପ୍ରିମକୋର୍ଟଙ୍କ ନୂଆ ଓ୍ବେବସାଇଟ, ଡିଜିଟାଲ କୋର୍ଟସ 2.0, ଡିଜିଟାଲ ସୁପ୍ରିମକୋର୍ଟକୁ ଲୋକାର୍ପଣ କରିବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଆରମ୍ଭ କାଳରେ ସୁପ୍ରିମକୋର୍ଟରେ ଥିଲେ ଜଣେ ପ୍ରଧାନ ବିଚାରପତି ଓ ୭ ଜଣ ବିଚାରପତି । ବର୍ତ୍ତମାନ ସିଜେଆଇଙ୍କ ସମେତ ରହିଛନ୍ତି ୩୪ ବିଚାରପତି । ବର୍ତ୍ତମାନ ସୁପ୍ରିମକୋର୍ଟର ଶୁଣାଣି ପ୍ରକ୍ରିୟାରେ ବହୁ ପରିବର୍ତ୍ତନ କରାଯାଇଛି । ପ୍ରଯୁକ୍ତିଗତ ପରିବର୍ତ୍ତନ ସହ ହାଇବ୍ରିଡ ଶୁଣାଣି ବ୍ଯବସ୍ଥା କାର୍ଯ୍ୟକାରୀ କରାଯାଇଛି । ସ୍ମାର୍ଟ ଓ ପେପରଲେସ କୋର୍ଟକୁ ବି ଫୋକସ କରାଯାଇଛି । ଟ୍ରାନ୍ସକ୍ରିପସନ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବସ୍ଥା ବି ଗ୍ରହଣ କରାଯାଇଛି ।