The Topmost

“The eyes believe themselves, the ears believe other people.”

ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସବୁ ପ୍ରତୀକ୍ଷାର ହେଲା ଅନ୍ତ । ଲୋକାର୍ପିତ ହେଲା ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି । ମା’ଙ୍କୁ ଦର୍ଶନ କରିବା ସହ ଯଜ୍ଞସ୍ଥଳରେ ପହଞ୍ଚି ସବୁ କିଛି ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହି ମା’ଙ୍କୁ ଦର୍ଶନ କରିଥିଲେ । ଲୋକାର୍ପଣ ପରେ ପ୍ରକଳ୍ପ ପାଇଁ ଜମି ଦେଇଥିବା ପରିବାର ତଥା ଶିଳ୍ପୀ ଓ କାରିଗରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ସାରା ବିଶ୍ବ ଦେଖିବ ପଶ୍ଚିମ ଓଡ଼ିଶାର ଆରାଧ୍ୟଦେବୀଙ୍କ ପୀଠର ନୂଆ ରୂପ । ଲୋକାର୍ପଣ ପୂର୍ବରୁ ହୋମଯଜ୍ଞ ଓ ଚଣ୍ଡିପାଠରେ କମ୍ପି ଉଠିଥିଲା ମନ୍ଦିରର ଚାରିଦ୍ବାର । ପ୍ରକଳ୍ପ ଦ୍ବାରା ସମଲେଇ ମନ୍ଦିରରେ ଶ୍ରଦ୍ଧାଳୁ ପାଇଛନ୍ତି ଭିନ୍ନ ଅନୁଭୂତି । ୪ ଏକର ପରିସରରେ ଥିବା ମାଆଙ୍କ ପୀଠ ରୂପାନ୍ତରଣ ସ୍ପର୍ଶରେ ୪୦ ଏକରକୁ ପରିବ୍ୟାପ୍ତ ହୋଇଛି । ମନ୍ଦିରର ୪ ଦ୍ବାର ନିର୍ମାଣ ସହ ପ୍ରାକୃତିକ ପରିବେଶରେ ସଜ୍ଜିତ ହୋଇଛି। ପ୍ରତ୍ୟେକ ନିର୍ମାଣରେ ଖଣ୍ଡୋଲାଇଟ ପଥର ବ୍ୟବହାର ସହ ସ୍ଥାନୀୟ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଥିଲା । ମନ୍ଦିର ପରିକ୍ରମା ପାଇଁ ପରିକ୍ରମା ମାର୍ଗ, ପ୍ରବେଶ ଦ୍ବାର, ମନ୍ଦିର କାର୍ଯ୍ଯାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍, ଜୋତା ଷ୍ଟାଣ୍ଡ ଆଦିକୁ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି ।