The Topmost

“The eyes believe themselves, the ears believe other people.”

Shower in the garden. Downpour, pouring rain in the summer

ରାଜ୍ୟରେ ସକ୍ରିୟ ଗୁରୁଚାପ ବଳୟ

ରାଜ୍ୟରେ ସକ୍ରିୟ ଗୁରୁଚାପ ବଳୟ । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ଜାରି ରହିଛି  । ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର  । ଫଳରେ ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି  । ବିଶେଷକରି ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଆଭ୍ୟନ୍ତରୀଣ  ଜିଲ୍ଲାଗୁଡିକ ପ୍ରଭାବିତ ହୋଇଛି  । ଏହାଛଡ଼ା ବିଭିନ୍ନ ଜିଲ୍ଲାରେ କୁହୁଡ଼ି ପଡ଼ିବା ନେଇ ସତର୍କତା ଜାରି କରାଯାଇଛି  । ଆଜି ଘନ କୁହୁଡ଼ି ନେଇ । ଅନୁଗୁଳ,ଢେଙ୍କାନାଳ,ବାଲେଶ୍ବର, ଭଦ୍ରକ,ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି  ।