The Topmost

“The eyes believe themselves, the ears believe other people.”

ଆତ୍ମସମର୍ପଣ କରିପାରନ୍ତି ବିଲକିସ ବାନୋ ଗଣଦୁଷ୍କର୍ମ ଅଭିଯୁକ୍ତ 

ଆଜି ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିପାରନ୍ତି ବିଲକିସ ବାନୋ ଗଣଦୁଷ୍କର୍ମ ଅଭିଯୁକ୍ତ । ସମସ୍ତ ୧୧ ଅଭିଯୁକ୍ତଙ୍କ ପିଟିସନକୁ ଖାରଜ କରି ୨୧ ତାରିଖ ସୁଦ୍ଧା ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ସରେଣ୍ଡର କରିବା ଲାଗି ଗତ ଶୁକ୍ରବାର ଅର୍ଥାତ ଜାନୁଆରୀ ୧୯ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ମାମଲାର ଶୁଣାଣି କରି ଯେଉଁ ୨୧ ତାରିଖକୁ ସୁପ୍ରିମକୋର୍ଟ ଡେଡଲାଇନ ଶୁଣାଇଥିଲେ ସେହି ତାରିଖ ଅର୍ଥାତ ୨୧ ପୂର୍ବରୁ ଆତ୍ମସମର୍ପଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସରେଣ୍ଡର ସମୟ ସୀମା ବୃଦ୍ଧି କରିବା ଲାଗି ଅଭିଯୁକ୍ତମାନେ ଯେଉଁ ଆବେଦନ କରିଥିଲେ ତାହାକୁ ଖାରଜ କରିଥିଲେ ସର୍ବୋଚ୍ଚ ଅଦାଲତ । ଗତ ୧୯ ତାରିଖରେ ଜଷ୍ଟିସ ବି.ଭି. ନାଗରତ୍ନା ଓ ଜଷ୍ଟିସ ଉଜ୍ବଳ ଭୂୟାଁ କହିଥିଲେ- ସରେଣ୍ଡର ତାରିଖ ବୃଦ୍ଧି ନେଇ ଯେଉଁ ଆବେଦନ କରାଯାଇଥିଲା ତାହା ବୈଧ ନୁହେଁ । ଯେଉଁ ଅଭିଯୁକ୍ତମାନେ ସରେଣ୍ଡର ତାରିଖ ବଢାଇବା ଲାଗି ଆବେଦନ କରିଥିଲେ ସେମାନେ ବିଭିନ୍ନ ଘରୋଇ କାରଣ, ପୁତ୍ରର ବିବାହ, ଶୀତକାଳୀନ ଅମଳ ଆଦି ପ୍ରସଙ୍ଗ ଉତଥାପନ କରିଥିଲେ । ୨୧ ତାରିଖରେ ସରେଣ୍ଡର କରିବା ପରେ ଅଭିଯୁକ୍ତମାନେ ରିଭ୍ୟୁପିଟିସନ ଦାଖଲ କରିବାର ସୁଯୋଗ ରହିଛି । ସେମାନେ ମହାରାଷ୍ଟ୍ର ସରକାର ନିକଟରେ ପୁନର୍ବାର ସମୀକ୍ଷା ପିଟିସନ ଦାଖଲ କରିବାର ବି ବିକଳ୍ପ ରହିଛି ।