ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ଚନ୍ଦକା ଅଭୟାରଣ୍ୟରେ ନାଇଟ୍ ସଫାରୀ । ଭରତପୁର ସଫାରୀରେ ଆରମ୍ଭ ହେବ ନାଚୁରାଲ ନାଇଟ୍ ଟ୍ରେଲ । ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ ଏହି ସଫାରୀ । ରାତି ସାଢ଼େ ୯ ଟା ଯାଏଁ ଖୋଲା ରହିବ ସଫାରୀ, ଚାଲିବ ଟ୍ରେଲ୍ । ଯେଉଁମାନେ ଦିନରେ ସମୟ ପାଉନାହାନ୍ତି ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ । ଏହାଯୋଗୁଁ ଛାତ୍ରଛାତ୍ରୀ ଓ ଗବେଷଣା କରୁଥିବା ବିଦ୍ୟାର୍ଥୀ ଅଧିକ ଉପକୃତ ହେବେ । ଏଠାରେ ଲୋକମାନେ ହରୀଣ, ବାରହା, ସମ୍ବର, ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କୁ ଦେଖିପାରିବେ । ଏହି ବନ୍ୟଜନ୍ତୁଙ୍କ ବିଷୟୟରେ ଅଧିକ ଜାଣିପାରିବେ । ରାତି ସାଢ଼େ ୯ଟା ରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ସଫାରୀ ।
More Stories
ଆଗାମୀ 3 ଘଣ୍ଟା ଗୁରୁତ୍ବପୂର୍ଣ୍ଣ, ସାବଧାନ ରୁହନ୍ତି ଏହି 5 ଜିଲ୍ଲା
ନିଯୁକ୍ତି ପାଇବେ ୬୦୨୫ଟି ଲିଭ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ
ମହିଳା ଆୟୋଗରେ ଭର୍ତ୍ତି ଥିବା ବିଜେଡି ନେତ୍ରୀଙ୍କୁ ବରଖାସ୍ତ କଲେ ମୋହନ