The Topmost

“The eyes believe themselves, the ears believe other people.”

‘ଆଦିବାସୀଙ୍କୁ ଜଙ୍ଗଲରେ ରଖିବାକୁ ଚାହୁଁଛି ବିଜେପି’

ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆସାମର ମଜୁଲିରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଦିବାସୀଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଏବଂ ସେମାନଙ୍କୁ ଶିକ୍ଷା ତଥା ଅନ୍ୟାନ୍ୟ ସୁବିଧାଠାରୁ ଦୂରରେ ରଖିବାକୁ  ବିଜେପି ଚାହୁଁଥିବା କହିଛନ୍ତି ରାହୁଲ । ସାଧାରଣ ସଭାରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ଆଦିବାସୀଙ୍କୁ ଅଧିକାର ଦେଇଥିଲା । ରାହୁଲ ଏହା ମଧ୍ୟ କହିଛନ୍ତି ଯେ, ଆମେ ଆପଣଙ୍କୁ ଆଦିବାସୀ ବୋଲି କହୁଛୁ, ଏହାର ଅର୍ଥ ମୂଳ ନିବାସୀ । କିନ୍ତୁ ବିଜେପି ଆପଣଙ୍କୁ ବନବାସୀ ବୋଲି କହିଥାଏ, ଅର୍ଥାତ୍‌ ଜଙ୍ଗଲରେ ରହୁଥିବା ଲୋକ । ରାଜ୍ୟ ବିଜେପି ସରକାରଙ୍କୁ ଦୋଷ ଦେଇ  ରାହୁଲ କହିଛନ୍ତି, ବିଜେପି ଆଦିବାସୀମାନଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଚାହୁଁଛି ଏବଂ ସେମାନଙ୍କ ପିଲାମାନଙ୍କୁ ସ୍କୁଲ, ବିଶ୍ୱବିଦ୍ୟାଳୟ ଯିବା, ଇଂରାଜୀ ଶିଖିବା ଏବଂ ବ୍ୟବସାୟ କରିବାର ସୁଯୋଗରୁ ବଞ୍ଚିତ କରିବାକୁ ଚାହୁଁଛି । କିନ୍ତୁ ଆମେ ଚାହୁଁଛୁ, ଆପଣଙ୍କର ଯାହା ଅଛି ଆପଣଙ୍କୁ ଫେରାଇ ଦିଆଯାଉ । ଆପଣଙ୍କର ଜଳ, ଜମି ଏବଂ ଜଙ୍ଗଲ ଆପଣଙ୍କର ହେବା ଉଚିତ୍ ।