The Topmost

“The eyes believe themselves, the ears believe other people.”

ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ସୁପ୍ରିମ ଝଟକା

ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ରାଜକ୍ଷମା ରଦ୍ଦ ପରେ ଆତ୍ମସମର୍ପଣ ଲାଗି ସମୟ ଦେବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ । ସମସ୍ତ ୧୧ ଦୋଷୀ ଆସନ୍ତା ରବିବାର ୨୧ ତାରିଖ ସୁଦ୍ଧା ସରେଣ୍ଡର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମସମର୍ପଣ ଲାଗି ସମୟ ପାଇବାକୁ ଦୋଷୀଙ୍କ ଆବେଦନରେ ଯଥାର୍ଥତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ସମସ୍ତ ଦୋଷୀ ଧାର୍ଯ୍ୟ ସମୟ ମଧ୍ୟରେ ହିଁ ଆତ୍ମସମର୍ପଣ କରିବାକୁ ପଡିବ । ସରେଣ୍ଡର ଲାଗି ସମୟ ଦେବାକୁ ଦୋଷୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ । ଦୋଷୀମାନେ ସରେଣ୍ଡର କରିବାକୁ ଅଧିକ ସମୟ ଦେବାକୁ ଆବେଦନ କରିଥିଲେ। ତେବେ କୋର୍ଟ ଅଧିକ ସମୟ ଦେବାକୁ ସିଧାସଳଖ ମନା କରି ଦେଇଛନ୍ତି । ୨୦୦୨ରେ ଗୁଜରାଟ ଗୋଧ୍ରା ହିଂସାକାଣ୍ଡରେ ବିଲକିସ ବାନୋ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରକୁ ହତ୍ୟା କରିଥିଲେ ୧୧ ଦୋଷୀ। ତେବେ ଏହି ମାମଲାରେ ଗୁଜରାଟ ସରକାର ୧୧ ଦୋଷୀଙ୍କୁ ରାଜକ୍ଷମା ପ୍ରଦାନ କରିଥିଲେ। ୨ ବର୍ଷ ପୂର୍ବେ ସାଧାରଣତନ୍ତ୍ର ଦିବସରେ ୧୧ ଦୋଷୀ ରାଜକ୍ଷମା ପାଇ ଜେଲରୁ ମୁକ୍ତ ହୋଇଥିଲେ।