The Topmost

“The eyes believe themselves, the ears believe other people.”

ଗଣତନ୍ତ୍ର ଦିବସ ଦେଖିବାକୁ ଏମିତି କରନ୍ତୁ ଟିକେଟ ବୁକିଂ

୨୬ ଜାନୁଆରୀ ଅର୍ଥାତ୍ ଗଣତନନ୍ତ୍ର ଦିବସ ଭାରତର ସମ୍ବିଧାନର ପ୍ରତୀକ ଭାବରେ ପାଳନ କରାଯାଇଥାଏ । ୨୬ ଜାନୁଆରୀ ଦିନ ବିଜୟ ଚୌକ୍ ଠାରେ ଏକ ସ୍ୱତନ୍ତ୍ର ପରେଡ୍ ମଧ୍ୟ ଆୟୋଜିତ ହୋଇଥାଏ । ୨୬ ଜାନୁଆରୀ ଦିନ ବିଜୟ ଚୌକ୍ ଠାରେ ସକାଳ ୧୦ ଟାରୁ ପରେଡ ଆରମ୍ଭ ହେବ । ତେବେ ଯଦି ଆପଣମାନେ ପରେଡ୍ ଦେଖିବା ପାଇଁ ଚାହୁଁଛନ୍ତି । ତାହାଲେ ଆପଣ ଟିକେଟ୍ ବୁକ କରିପାରିବେ । ପରେଡ୍ ଭାରତର ସମୃ୍ଦ୍ଧି ସଂସ୍କୃତି ଏବଂ ଇତିହାସକୁ ଦର୍ଶାଏ । ପ୍ୟାରେଡ୍ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସିଥାନ୍ତି । ଯେଉଁଥିରେ ସାଂସ୍କୃତିକ ପ୍ରଦର୍ଶନ, ସାମରିକ ପ୍ରଦର୍ଶନ ଏବଂ ଅନେକ କିଛି ଅନ୍ତର୍ଭୁକ୍ତ ଥାଏ । ଭାରତୀୟ ନାଗରିକ ମାନେ ସଂରକ୍ଷଣ ଆସନ ମଧ୍ୟ ନେଇପାରିବେ । ଯାହାର ମୂଲ୍ୟ ହେଉଛି ୨୦ ଏବଂ ୧୦୦ ଟଙ୍କା । ଟିକେଟ୍ ବୁକିଂ ଆଜିଠାରୁ ଆରମ୍ଭ ହୋଇସାରିଲାଣି । ଅର୍ଥାତ୍ ଜାନୁଆରୀ ୧୦ ରୁ ଜାନୁଆରୀ ୨୫ ଯାଏଁ ଟିକେଟ୍ ଉପଲବ୍ଧ ହେବ । ହେଲେ ପ୍ରତିଦିନ କେବଳ ସୀମିତ ସଂଖ୍ୟାର ଟିକେଟ୍ ଉପଲବ୍ଧ ହେବ ।

• ପ୍ରତିରକ୍ଷା ମନ୍ତ୍ରଣାଳୟର ଅଫିସିଆଲ୍ ୱେବ୍ ପୋର୍ଟାଲ୍ www.aamantran.mod.gov.in କୁ ଯାନ୍ତୁ ।

• ଲଗଇନ୍ କରନ୍ତୁ କିମ୍ବା ଏକ ନୁତନ ଖାତା ଖୋଲନ୍ତୁ ।

• ବ୍ୟକ୍ତିଗତ ବିବରଣୀ ଦିଅନ୍ତୁ, ଯେମିତି ନାମ ଜନ୍ମ ତାରିଖ, ମୋବାଇଲ୍ ନମ୍ବର ଇତ୍ୟାଦି ବିବରଣୀ ପୁରଣ କରନ୍ତୁ । ଆପଣଙ୍କ ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ସହିତ ଯାଂଚ କରନ୍ତୁ ।

• ବିକଳ୍ପଗୁଡିକରୁ ଏକ ଇଭେଣ୍ଟ ବାଛନ୍ତୁ ଯେଉଁଥିରେ ଏଫଡିଆର ରିପବ୍ଲିକ୍ ଡେ ପରେଡ୍ ପଂଚାୟତକୁ କ୍ଲିକ୍ କରିବେ । ଯାଂଚ ଉଦେଶ୍ୟ ପାଇଁ ଅଂଶଗ୍ରହଣକାରୀ ସୂଚନା ପ୍ରଦାନ କରନ୍ତୁ ଏବଂ ଏକ ମୂଳ ଫଟୋ ପରିଚୟ ପତ୍ର ଉପଲୋଡ୍ କରନ୍ତୁ ।

• ଅନଲାଇନ୍ ପେମେଣ୍ଟ ପ୍ରକ୍ରିୟାକୁ ସମାପ୍ତ କରି ଟିକେଟ୍ ଡାଉନଲୋଡ୍ କରନ୍ତୁ ।

ଅଫଲାଇନ ଟିକେଟ୍ ଆପଣମାନଙ୍କ ପାଇଁ ଭାରତ ସରକାର ପର୍ଯ୍ୟଟନ କାର୍ଯ୍ୟାଳୟ ଏବଂ ଡିଟିଡିସି କାଉଣ୍ଟର ଏବଂ ଆଇଡିଟିସି ଟ୍ରାଭେଲ କାଉଣ୍ଟରରେ ଉପଲବ୍ଧହେବ । ବିକ୍ରି କାଉଣ୍ଟର ପ୍ରତ୍ୟେକ ଦିନ ସକାଳ ୧୦ ଟାରୁ ୫.୩୦ ପର୍ଯ୍ୟନ୍ତ ଟିକେଟ୍ ବିକ୍ରି କରିବେ । ଏବଂ ସଂସଦ ଭବନର ରିସେପ୍ସନ୍ ସକାଳ ୧୧ ଠାରୁ ୪ ଟା ଯାଏଁ ଟିକେଟ୍ ବିକ୍ରି କରିବେ । ଭାରତ ସରକାରଙ୍କର ପର୍ଯ୍ୟଟନ କାର୍ଯ୍ୟାଳୟ ରବିବାର ଦିନ ବନ୍ଦ ରହିବ ଏବଂ ଛୁଟିଦିନରେ ସଂସଦ ରିସେପ୍ସନ୍ ମଧ୍ୟ ବନ୍ଦ ରହିବ ।

ଅଫଲାଇନ୍ ଟିକେଟ୍ କିଣିବା ପାଇଁ କଣ କଣ ଆବଶ୍ୟକତା ।

• ଗଣତନ୍ତ୍ର ଦିବସରେ କାର୍ଯ୍ୟକ୍ରମ ପାଇଁ ଥିବା ଅଫଲାଇନ୍ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରନ୍ତୁ ।

• ନିଜର ପରିଚୟ ପ୍ରମାଣ ପତ୍ର ପ୍ରଦାନ କରନ୍ତୁ ଏବଂ ନାମ, ଜନ୍ମ ତାରିକ, ମୋବାଇଲ ନମ୍ବର ଇତ୍ୟାଦି ସହିତ ବ୍ୟକ୍ତିଗତ ବିବରଣୀ ସହିତ ଏକ ଫର୍ମ କୁ ପୂରଣ କରନ୍ତୁ ।

• ବିକଳ୍ପଗୁଡିକରୁ ଏକ ଇଭେଣ୍ଟ ବାଛନ୍ତୁ ଯେଉଁଥିରେ ଏଫଡିଆର ରିପବ୍ଲିକ୍ ଡେ ପରେଡ୍ ପଂଚାୟତକୁ ମାରିବେ ।

• ଯାଂଚ ପାଇଁ ମୂଳ ଫଟୋ ଆଇଡିର ଏକ କପି ପ୍ରଦାନ କରନ୍ତୁ ।

• ପ୍ରତେକ ପ୍ରକ୍ରିୟାକୁ ପୂରଣକରିସାରି ଟିକେଟ୍ ନେଇଯିବେ ।

ଦର୍ଶକମାନେ ନିଜଘରେ ବସି ମଧ୍ୟ ଆରାମରେ ପରେଡ ଦେଖିପାରିବେ । ଏହା ପାଇଁ ଦୂରଦର୍ଶନ ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲ୍ କିମ୍ବା ପ୍ରେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ ୱେବସାଇଟରେ ଅନଲାଇନଓ ଷ୍ଟ୍ରିମିଂ ଅଛି । ସେଥିରେ ଦୂରଦର୍ଶନ ଟେଲିଭିଜନରେ ପରେଡ ସିଧା ପ୍ରସାରଣ ହେବ ।