The Topmost

“The eyes believe themselves, the ears believe other people.”

କେଜ୍ରିଓ୍ବାଲଙ୍କୁ ଚତୁର୍ଥଥର ପାଇଁ ଇଡିର ସମନ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ନୋଟିସ । ଚତୁର୍ଥଥର ପାଇଁ ଇଡିର ସମନ ହୋଇଥିବାବେଳେ ଜାନୁଆରୀ ୧୮ରେ ଇଡି ଅଫିସରେ ହାଜର ହେବାକୁ ନୋଟିସ ହୋଇଛି । ତେବେ ଏହା ପୂର୍ବରୁ ଇଡି ପକ୍ଷରୁ ୩ଥର ନୋଟିସ ହୋଇଥିଲେ ସୁଦ୍ଧା କେଜ୍ରିଓ୍ବାଲ ହାଜର ହୋଇନାହାନ୍ତି । ଏହି ମଦ ଦୁର୍ନୀତି ମାମଲାରେ ନଭେମ୍ବର ୨, ଡିସେମ୍ବର ୨୧ ଏବଂ ଜାନୁଆରୀ ୩ରେ ହାଜର ହେବାକୁ ନୋଟିସ ହୋଇଥିଲା । ମାତ୍ର ସେ ହାଜର ହୋଇନଥିଲେ । ଇଡିର ନୋଟିସକୁ ବେଆଇନ ବୋଲି କହିଥିଲେ କେଜ୍ରିଓ୍ବାଲ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦୀ ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି ।