The Topmost

“The eyes believe themselves, the ears believe other people.”

ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ । କ୍ରିକେଟ ଆସୋସିଏସନରେ ଆର୍ଥିକ ଦୁର୍ନୀତି ନେଇ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଇଡି । ଆଜି ତାଙ୍କୁ ଶ୍ରୀନଗରସ୍ଥିତ ଅଫିସରେ ହାଜର ହେବାକୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ତାଙ୍କ ନାଁରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା । ଜମ୍ମୁକାଶ୍ମୀର କ୍ରିକେଟ ଆସୋସିଏସନର ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ସିବିଆଇ ମଧ୍ୟ ଏହି ମାମଲାରେ ଯାଞ୍ଚ କରୁଛି । ଫାରୁକ ଅବଦୁଲ୍ଲା ୨୦୦୧ରୁ ୨୦୧୨ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନର ସଭାପତି ଥିଲେ ।