ଦେଶରେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରା ଯାଇଥାଏ । ତେବେ କ୍ରିକେଟ୍ ଦୁନିଆରେ ମଧ୍ୟ ଏହି ମହାନ ସାଧୁଙ୍କ କ୍ରୀଡ଼ା ନିପୁଣତା ବେଶ୍ ପ୍ରଶଂସନୀୟ । ଯୁବାବସ୍ଥାରେ ନରେନ୍ଦ୍ରନାଥ ଦତ୍ତ ନାମରେ ପରିଚିତ ଥିବା ବିବେକାନନ୍ଦ ଏକଦା ଐତିହାସିକ ଇଡେନ୍ ଗାର୍ଡେନ୍ସରେ ୭ ୱିକେଟ୍ ସଫଳତା ପାଇଥିଲେ ।
ହେମ ଚନ୍ଦ୍ର ଘୋଷଙ୍କ ମାର୍ଗଦର୍ଶନରେ କ୍ରିକେଟ୍ ଖେଳିଥିବା ଯୁବ ବିବେକାନନ୍ଦ ଟାଉନ୍ କ୍ଲବ୍ ପାଇଁ ପ୍ରତିନିଧିତ୍ବ କରି କୋଲକାତା କ୍ରିକେଟିଂ କ୍ଲବ୍ ବିପକ୍ଷରେ ୭ ୱିକେଟ୍ ସଫଳତା ଅର୍ଜନ କରିଥିଲେ । ୨୦ ବର୍ଷୀୟ ନରେନ୍ଦ୍ରନାଥଙ୍କ ପାଇଁ ଏହି ମ୍ୟାଚ୍ ମଧ୍ୟ ସ୍ବତନ୍ତ୍ର ହୋଇଥିଲା । କାରଣ ଇଡେନ୍ ଗାର୍ଡେନ୍ସ ପଡିଆ ଏବଂ ଇଣ୍ଡୋ-ବ୍ରିଟିସ୍ କ୍ରିକେଟ୍ ସମ୍ପର୍କର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ଐତିହାସିକ ମ୍ୟାଚ୍ ଖେଳାଯାଇଥିଲା । ଗୁରୁ ହେମ ଚନ୍ଦ୍ର ଘୋଷଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ସେ ଗୋଟିଏ ପରେ ଗୋଟିଏ ୱିକେଟ୍ ଦଖଲ କରିଥିଲେ ।
ସ୍ୱାମୀ ବିବେକାନନ୍ଦଙ୍କ ନାମ ପାଟିରେ ନେବା ବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଏ । କେବଳ ଯୁବ ସମାଜ ନୁହେଁ ସମଗ୍ର ମାନବଜାତି ପାଇଁ ସେ ନିଛକ ‘ଅଲ୍ ରାଉଣ୍ଡର୍’ ରହି ଆସିଛନ୍ତି । ଦେଶର ଯୁବବର୍ଗଙ୍କ ପାଇଁ ଯୁଗେ ଯୁଗେ ପ୍ରଭାବୀ ହୋଇ ରହିଥିବା ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଦର୍ଶନକୁ ଆଜି ବି ସ୍ମରଣ କରୁଛନ୍ତି ଦେଶବାସୀ ।
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ