ମହାଦେବ ବେଟିଂ ଆପ ଦୁର୍ନୀତି ମାମଲାରେ ବଢ଼ୁଛି ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବାଘେଲଙ୍କ ନାଁ ରହିଥିବା ଜଣାପଡିଛି । ଚାର୍ଜସିଟରେ ବଘେଲଙ୍କ ନାଁ ରହିବା ପରେ ଖୁବ ଶିଘ୍ର ସମନ ପଠାଯାଇ ତାଙ୍କୁ ଜେରା ପାଇଁ ଡକାଯାଇପାରେ । ଚାର୍ଜସିଟରେ କୁହାଯାଇଛି ଗିରଫ ଅଭିଯୁକ୍ତ ଅସୀମ ଦାସ ମହାଦେବ ବେଟିଂ ଆପ ପ୍ରମୋଟର ପାଇଁ ଭାରତରେ କାମ କରୁଥିଲା । ଚଢ଼ାଉରେ ତାଙ୍କଠୁ କୋଟି କୋଟି ଟଙ୍କା ଜବତ ରାଯାଇଛି । ୫୦୪କୋଟି ବଘେଲ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରାଯାଇଥିବା ଅଭିଯୋଗ ରହିଛି । ଗିରଫ ପରେ ଅସୀମଙ୍କୁ ଜେରା କରାଯାଉଛି । ଏହି ସମୟରେ ବଘେଲଙ୍କ ନାଁ ନେଇଥିଲା ଅଭିଯୁକ୍ତ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ