The Topmost

“The eyes believe themselves, the ears believe other people.”

ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ

ପ୍ରାୟ ୯ ମାସ ପରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଗତକାଲି ପ୍ରଥମ ଦିନରେ ଏହାର ଏତେଟା ପ୍ରଭାବ ପଡ଼ିନାହିଁ । କିନ୍ତୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇପାରନ୍ତି । ଏଥିରେ ଓଡ଼ିଶାର ସବୁ ଡ୍ରାଇଭର ସାମିଲ ହେବେ । ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି କହିଛନ୍ତି, ଅନେକ ସହରରେ ଡ୍ରାଇଭରମାନେ ଟ୍ରକ୍, ବସ୍ ଚଳାଇବା ଛାଡି ସାରିଲେଣି । ଆଗକୁ ସାରା ରାଜ୍ୟରୁ ପାଖାପାଖି ୨ ଲକ୍ଷ ଡ୍ରାଇଭର ଷ୍ଟିଅରିଂ ଛାଡିବେ । ଡ୍ରାଇଭରମାନେ ଗାଡିକୁ ଘରେ କତମ୍ବା ନିଜ ମାଲିକଙ୍କ ଜିମା ଦେବେ । ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ୟାହାର ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନରେ ବସିବେ । ଏହା ଦ୍ୱାରା ଆଗକୁ ସ୍ଥିତି ସଂଗୀନ ହେବା ଆଶଙ୍କା ରହିଛି । ବିବାଦର ସମାଧାନ ନହେଲେ ପରିବାଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦରଦାମ ଉପରେ ଏହାର ପ୍ରଭାବ ପଡିବ ବୋଲି ସତର୍କ କରିଛନ୍ତି ବଜାର ବିଶେଷଜ୍ଞ ।