ଏଣିକି ସମଲେଶ୍ବରୀ ମନ୍ଦିରରେ ଲାଗିବ ନୂଆ କଟକଣା । ପାନଗୁଟଖା ଖାଇଥିଲେ କିମ୍ବା ସାଥିରେ ନେଲେ ମାଆ ସମଲେଶ୍ବରୀ ମନ୍ଦିରକୁ ପ୍ରବେଶ ମନା । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଖୁବଶୀଘ୍ର ସମଲେଶ୍ବରୀ ମନ୍ଦିରରେ ବି ପାନଗୁଟଖା ପ୍ରବେଶ ଉପରେ କଟକଣା ଲାଗିବ। କୌଣସି ଭକ୍ତ ପାନଗୁଟୁଖା ପ୍ୟାକେଟରେ ନେଇ କିମ୍ବା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସମଲେଇ ପ୍ରକଳ୍ପର ଉଦଘାଟନ ପରେ ମନ୍ଦିର ଟ୍ରଷ୍ଟବୋର୍ଡ ଏହି ନିୟମ କାର୍ଯ୍ୟକାରୀ କରିବ । ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ