ଭୁବନେଶ୍ୱରରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ କମିଶନରେଟ୍ ପୋଲିସ ତରଫରୁ ମହିଳା ବାଇକ୍ ରାଲି । ଭୁବନେଶ୍ୱର ସ୍ଥିତ କମିଶନରେଟ୍ ପୋଲିସ୍ କାର୍ଯ୍ୟାଳୟରୁ ରାଲି ବାହାରି ଜୟଦେବ ବିହାର ଦେଇ କିଟ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ପରେ କିଟ୍ ଛକରୁ ନାଲକୋ ଛକ ,ଆଚାର୍ଯ୍ୟବିହାର , ଲୋୟର ପିଏମଜି ହେଇ ୧୨୦ ବାଟାଲିୟନରେ ଶେଷ ହୋଇଛି । ବାଇକ୍ ରାଲିରେ ମହିଳା ବାଇକର୍ ଅମିତା ସିଂ ଓ ତାଙ୍କ ଟିମ୍ ସମେତ ଟ୍ରାଫିକ୍ ଲେଡି ୱିଙ୍ଗ୍, ୱିମେନ୍ ପୋଲିସ୍ ୱିଙ୍ଗ୍ର ୪ଶହରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇଛନ୍ତି । ମହିଳାମାନେ ହାତରେ ସଡକ ସୁରକ୍ଷା ପରିବାର ରକ୍ଷା ପ୍ଲାଏକାର୍ଡ ଧରି ପୂରା ସହର ବୁଲିଛନ୍ତି । ଏନଫୋର୍ସମେଣ୍ଟ, ଏଜୁକେସନ୍ ଏବଂ ଇନଞ୍ଜିନିୟର୍ସ ଏହି ଥ୍ରୀ ଇ ହିଁ ଜୀବନକୁ ସୁରକ୍ଷା ଦେବା ସହ ରୋଡ୍ ଆକ୍ସିଡେଣ୍ଟ କମ୍ କରିପାରିବ ବୋଲି କହିଛନ୍ତି ପୋଲିସ କମିଶନର୍ । ଜାତୀୟ ସଡକ ସୁରକ୍ଷା ସପ୍ତାହ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରିବ କମିଶନରେଟ୍ ପୋଲିସ ଏବଂ ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା