ଆଉ ଦୁଇ ଦିନ ପରେ ନୂଆବର୍ଷ । ଉତ୍ସବ ପାଳନ ପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗିଛନ୍ତି। ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପିଲାଠୁ ବୁଢା ସମସ୍ତେ ଚାହିଁ ରହିଛନ୍ତି । କିନ୍ତୁ, ନୂଆବର୍ଷ ପାଳନ ପୂର୍ବରୁ ବରିଷ୍ଠ ନାଗରିକ ଏବଂ ଏକାଧିକ ରୋଗରେ ପୀଡିତଙ୍କୁ ସତର୍କ କରାଇଛନ୍ତି ଡାକ୍ତର। ୨୦୨୪କୁ ସ୍ବାଗତ ଆଳରେ ନିଜ ଜୀବନକୁ ବିପଦ ମୁଁହକୁ ନଠେଲିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। କୋଭିଡର ନୂତନ ଭୁତାଣୁ JN.1ରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସଂକ୍ରମିତ ହୋଇଛନ୍ତି। ଓଡିଶାରେ ମଧ୍ୟ ରୋଗୀ ଚିହ୍ନଟ ହେଲେଣି। ତେଣୁ ବରିଷ୍ଠ ନାଗରିକମାନେ ଏହି ଉତ୍ସବକୁ କୋଭିଡ ନିୟମରେ ପାଳିବାର ଆବଶ୍ୟକତା ଦେଖା ଦେଇଥିବା ବିଶେଷଜ୍ଞ ମତ ଦେଇଛନ୍ତି । ନୂଆବର୍ଷ ପାଳନ ଉତ୍ସବରେ ବରିଷ୍ଠ ନାଗରିକ ବିଶେଷ କରି ଆଜ୍ମା, ହୃଦରୋଗ, ପେଟ ଓ ମଧୁମେୟ ରୋଗରେ ପୀଡିତ ଥିବା ବ୍ୟକ୍ତି ଏହି ଉତ୍ସବଠାରୁ ଦୂରେଇ ରହିବାକୁ ବରିଷ୍ଠ ଚିକିତ୍ସକ ପରାମର୍ଶ ଦେଇଛନ୍ତି। ନଚେତ କ୍ଷଣକର ଆନନ୍ଦ ପରବର୍ତ୍ତୀ ଜୀବନ ପାଇଁ ପାଲଟିଯାଇପାରେ ବିପଦ। ତେଣୁ ଘରେ ରହି ନିରାପଦରେ ପରିବାର ସହିତ ଏହି ଉତ୍ସବ ପାଳିବାକୁ ଡାକ୍ତର ଦେଇଛନ୍ତି ପରାମର୍ଶ ।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍