ନିକଟରେ ପ୍ରକାଶ ପାଇଥିବା ଓଜେଏସ୍ ପରୀକ୍ଷାରେ ସୋଆର ୩ ଜଣ ପୂର୍ବତନ ଆଇନ ଛାତ୍ରଛାତ୍ରୀ ଓ ଦୁଇଜଣ ଫ୍ୟାକଲ୍ଟି ସଫଳତା ହାସଲ କରିବା ସହ କୃତିତ୍ୱ ଅର୍ଜନ କରିଛନ୍ତି । ଓଜେଏସ୍ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ସୋଆ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍) ର ପୂର୍ବତନ ଛାତ୍ରୀ ନୀଲିଶା ପଟ୍ଟନାୟକ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ଦୁଇ ଜଣ ପୂର୍ବତନ ଛାତ୍ରଛାତ୍ରୀ ଅମ୍ଳାନ୍ ରଥ ଓ ସୁଦତା ପାଣିଗ୍ରାହୀ ଯଥାକ୍ରମେ ୨୨ ଓ ୩୦ ସ୍ଥାନରେ ରହିଛନ୍ତି । ସେହିପରି ସ୍ନିଲ୍ର ଆସିଷ୍ଟାଂଟ ପ୍ରଫେସର ବୈଶାଳୀ ବାହୁବଳେନ୍ଦ୍ର ଏବଂ ଅଂଶୁମାନ ରଥ ଯଥାକ୍ରମେ ୩୨ ଓ ୫୦ ତମ ସ୍ଥାନ ଅଧିକାର କରିଛନ୍ତି । ନୀଲିଶା ପଟ୍ଟନାୟକ ସ୍ନିଲ୍ର ୨୦୨୨-୨୩ ବ୍ୟାଚ୍ରେ ଏଲଏଲ୍ଏମ୍ ପାସ୍ କରିଥିବା ବେଳେ ଅମ୍ଳାନ ରଥ ୨୦୧୪-୧୯ ବ୍ୟାଚ୍ର ବିବିଏ ଏଲଏଲ୍ବି (ଅନର୍ସ)ର ଛାତ୍ର ଓ ସୁଦତା ପାଣିଗ୍ରାହୀ ୨୦୧୨-୧୭ ବ୍ୟାଚର୍ ବିବିଏ ଏଲ୍ଏଲ୍ବି (ଅନର୍ସ)ର ଛାତ୍ରୀ ଅଟନ୍ତି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍