କଡ଼ ଲେଉଟାଉଛି କରୋନା। ଓଡ଼ିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ମଧ୍ୟରେ ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତ କରୋନାର ନୂଆ ପ୍ରଜାତି ଜେଏନ୍.୧ରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଆଶ୍ବସ୍ତିର କଥା ହେଉଛି ସମସ୍ତ ତିନି ଜଣଙ୍କ ନିକଟରେ କମ ଲକ୍ଷଣ ରହିଛି। କେବଳ ଯାହା ଥଣ୍ଡା କାଶ ରହିଛି। କେହି ହସ୍ପିଟାଲରେ ନଥିବାବେଳେ ଘରେ ଆଇସୋଲେସନରେ ରହିଛନ୍ତି। ପ୍ରୋଟୋକଲ ଅନୁସାରେ ସମସ୍ତଙ୍କର କେସ ଷ୍ଟଡି କରାଯାଉଛି। ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ ତୃତୀୟ ବ୍ୟକ୍ତିଙ୍କ ଯାଞ୍ଚ କରାଯାଉଛି। ଅନ୍ୟପଟେ ମୁକାବିଲା ପାଇଁ ଆହୁରି ସର୍ଭେଲାନ୍ସ ବଢାଯିବ କହିଛି ସ୍ବାସ୍ଥ୍ୟ ବିଭାଗ। ଯାହାର ଲକ୍ଷଣ ଦେଖାଯାଉଛି, ତୁରନ୍ତ ପରୀକ୍ଷା କରନ୍ତୁ ବୋଲି ଅପିଲ କରିଛି ସ୍ବାସ୍ଥ୍ୟ ବିଭାଗ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍